oom

ଖଦ୍ୟୋତ ଅନୁଷ୍ଠାନ ତରଫରୁ ପୁରସ୍କାର ବିତରଣ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ତେଲିଗୋଠପଡା ସ୍ଥିତ ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥ ପାଠାଗାର ସମ୍ମିଳନୀ କକ୍ଷରେ ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ପୁରସ୍କାର ବିତରଣ ଉତ୍ସବ ଆୟୋଜିିତ ହୋଇଯାଇଛି । ଏଥିରେ ଜିଲ୍ଲା ନାଗରିକ କମିଟି ଉପସଭାପତି ନିତ୍ୟାନନ୍ଦ ମିଶ୍ର ମୁଖ୍ୟ ଅତିଥି, ରେଡକ୍ରସ ସାଧନ କର୍ମୀ ଡ. ରବିଚନ୍ଦ୍ର ପଶାୟତ, ବନ୍ଧପଡା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଆନନ୍ଦ ଚନ୍ଦ୍ର ପଣ୍ଡା ଏବଂ ସାମ୍ବାଦିକ ଆକୁଳ ବେହେରା ସମ୍ମାନିତ ଅତିଥି ଭାବେ ମଂଚାସିନ ହୋଇ ମତବ୍ୟକ୍ତ କରିଥିଲେ । ସମାଜରେ ଏକ ସାଂସ୍କୃତିକ ଓ ସାମାଜିକ ବିପ୍ଲବର ଦରକାର ଏବଂ ପୁରାତନ ସଂସ୍କୃତିକୁ ବଜାୟ ରଖିବା ପାଇଁ ଆମେ ସମସ୍ତେ ପ୍ରୟାସ କରିବାକୁ ଆଜିର ସଭାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଛାତ୍ର ଛାତ୍ରୀମାନଙ୍କୁ କଳା ଓ ସଂସ୍କୃତି ପ୍ରତି ଆକୃଷ୍ଟ କରିବାକୁ ସମସ୍ତ ଅଭିଭାବକ ଓ ଶିକ୍ଷାବିଦ୍‌ ଉଦ୍ୟମ କରିବାକୁ ଆହ୍ୱାନ କରାଯାଇଛି । ଏହି କ୍ରମରେ ପୂର୍ବରୁ ଆୟୋଜିତ ହୋଇଥିବା ରଂଗୋଲି, କୌତୁକ ପୋଷାକ, ସଂଗୀତ ଓ ଡ୍ୟାନ୍ସ ପ୍ରତିଯୋଗିତାର କୃତି ପ୍ରତିଭାଗୀମାନଙ୍କୁ ଅତିଥିମାନେ ସାର୍ଟିଫିକେଟ ଓ ମେଡାଲ ଦେଇ ପୁରସ୍କୃତ କରିଥିଲେ । ସଂଗୀତରେ ସଂଜନା ମିଶ୍ର, ହର୍ଷିତା ସିଂ, ସମର୍ପିତା ବାରିକ, ନୈତିକ ନୟନ ଦାଶ, ଡ୍ରଇଂ ରେ ସୌମ୍ୟ ରଂଜନ ସାହୁ, ଡ୍ୟାନ୍ସରେ ଅଭିପ୍‌ସା ସାହୁ, ହର୍ଷିତା ସିଂ, ପ୍ରିୟାଂସି ମହାନ୍ତି, ୟସରାଜ ବିନ୍‌, ଆଦ୍ୟାସା ଅନାଲିକା ଯୋଷୀ ଏବଂ ରଙ୍ଗୋଲିରେ ମଧୁସ୍ମିତା କର୍ଣ୍ଣ, ସବିତା ବାରିକ, ବାସନ୍ତି ପୁରୋହିତ, ଅନିମା ସିଂ ପ୍ରମୁଖ ପୁରସ୍କୃତ ହୋଇଥିଲେ । ଉକ୍ତ ସଭାରେ ମୋତିଲାଲ ସାହୁ, ଆନନ୍ତ ବିଶୋଇ, ପ୍ରମୋଦ କୁମାର ସାହୁ, ଦିପକ ମହାନ୍ତି, ଅନ୍ତର୍ଯ୍ୟାମି ଯୋଷୀ, ନମ୍ରତା ପାଣିଗ୍ରାହୀ, ରାଜେଶ ପାଣିଗ୍ରାହୀ, ସତ୍ୟନାରାୟଣ ପାଣିଗ୍ରାହୀ ଉପସ୍ଥିତ ଥିଲେ । ଶେଷରେ ଦିବାକର ହୋତା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.