oom

ବିଜେଡି ଛାଡି ବିଜେପିରେ ଯୋଗଦେଲେ ସନ୍ତୋଷ ତନ୍ତି

jsmm

ରାଉରକେଲା, (କେପିଏନ୍‌ଏସ୍‌) : ବିଜେଡିର ବରିଷ୍ଠ ନେତା ସନ୍ତୋଷ ତନ୍ତି ବିଜେଡି ଛାଡି ବିଜେପିରେ ଯୋଗଦାନ କରିଛନ୍ତି । ଶ୍ରୀ ତନ୍ତି ତାଙ୍କର ଶତାଧିକ ସମର୍ଥକଙ୍କ ସହିତ ଏକ ପଟୁଆରରେ ଆସି ସଭାସ୍ଥଳରେ ପହଞ୍ଚିଥିଲେ । ବିଜେପିର ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟା ତାଙ୍କୁ ସ୍ୱାଗତ କରିଥିଲେ । ଶ୍ରୀ ତନ୍ତ୍ରୀ ରାଉରକେଲାରେ ବହୁ ସାମାଜିକ ଅନୁଷ୍ଠାନ ସହିତ ଜଡିତ ରହି ବହୁ ସାମାଜିକ କାର୍ଯ୍ୟକ୍ରମ କରି ବେଶ୍ ଆଦୃତ ହୋଇଛନ୍ତି । ବିଜେପି କାର୍ଯ୍ୟଳୟରେ ଭାରତରତ୍ନ ଡଃ. ଆମ୍ବେଦକରଙ୍କ ସମ୍ବିଧାନ ପ୍ରତି ଅବଦାନ ଉପରେ ଆଲୋଚନା ଚକ୍ର କାର୍ଯ୍ୟକ୍ରମର ଅତିଥି ଭାବେ ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା, ବଟକିଶୋର ମିଶ୍ର, ଜଗବନ୍ଧୁ ବେହେର ଏବଂ ବିଜେପିର ବରିଷ୍ଠ କର୍ମକର୍ତ୍ତାମାନେ ସନ୍ତୋଷ ତନ୍ତୀ ଏବଂ ତାଙ୍କ ସମର୍ଥଙ୍କୁ ବିଜେପି ଉତ୍ତରୀୟ ଦେଇ ବିଜେପିରରେ ସାମିଲ କରାଇଥିଲେ । ଏହି ଅବସରରେ ବିଜେପିର ବହୁ କର୍ମୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.