oom

ଟିଟିଲାଗଡ଼ରେ ବହୁ ପ୍ରତିକ୍ଷୀତ କେନ୍ଦ୍ରୀୟ ବିଦ୍ୟାଳୟର ଭୂମି ପୂଜନ ଓ ଅସ୍ଥାୟୀ କ୍ୟାମ୍ପସର ଉଦ୍‌ଘାଟନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ବହୁ ପ୍ରତିକ୍ଷୀତ କେନ୍ଦ୍ରୀୟ ବିଦ୍ୟାଳୟର ସ୍ୱପ୍ନ ସାକାର ହୋଇଛି । ଚଳିତ ଥର କେନ୍ଦ୍ର ଓ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଚାଲିଛି । ବର୍ଷ ବର୍ଷ ଧରି କେବଳ କାଗଜପତ୍ରରେ କେନ୍ଦ୍ର ବିଦ୍ୟାଳୟ କାର୍ଯ୍ୟ ହୋଇଆସୁଥିବା ବେଳେ ବହୁତ ଥର ସ୍ଥାନ ଚିହ୍ନଟ, ପ୍ଲାନିଂ ହୋଇ ଆସୁଥିଲା । ଚଳିତ ନିର୍ବାଚନରେ ପ୍ରଥମ କରି ଓଡ଼ିଶାରେ ବିଜେପି ସରକାର ଆସି ଥିବାରୁ ଏହି ଦୀର୍ଘ ବର୍ଷର ସ୍ୱପ୍ନ ସାକାର ହୋଇଛି । ଶନିବାର ସକାଳ ଦଶଟା ସମୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହେଲିକପ୍ଟର ଯୋଗେ ଡିଏଭି ମହାବିଦ୍ୟାଳୟ ଖେଳ ପଡିଆରେ ଅବତରଣ କରିଥିଲେ । ଏହି ସମୟରେ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ବଲାଙ୍ଗିର ସାଂସଦ ସଙ୍ଗୀତା ସିଂହଦେଓ, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ଟିଟିଲାଗଡ଼ ବିଧାୟକ ନବୀନ ଜୈନ, ପୌର ପରିଷଦର ଅଧ୍ୟକ୍ଷା ମମତା ଦେବୀ ଜୈନ, ବିଜେପି ନଗର ସଭାପତି ସୁନିଲ ଆଚାର୍ଯ୍ୟ, ରଞ୍ଜୁ ରାଏମନ୍, ସାଂସଦ ପ୍ରତିନିଧି ପ୍ରଶାନ୍ତ ଷଡ଼ଙ୍ଗୀ, ମହେନ୍ଦ୍ର ଠାକୁର ଓ ବହୁମାତ୍ରାରେ ବିଜେପି କର୍ମୀ ଉପସ୍ଥିତ ରହି ସ୍ୱାଗତ କରିଥିଲେ । ସେଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ସହରର ଥାନା ଛକ ଠାରେ ମାରୱାଡ଼ି ମହିଳା ମଣ୍ଡଳ, ପ୍ରଗତି ଶାଖା, ବଣିକ ସଂଘ ପକ୍ଷରୁ ସମସ୍ତ ଅତିଥିଙ୍କୁ ସ୍ୱାଗତ କରି ପୁଷ୍ପ ବର୍ଷା କରିଥିଲେ । ସେଠାରୁ ଧବଳେଶ୍ୱର ସ୍କୁଲରେ ହୋଇଥିବା ଅସ୍ଥାୟୀ କ୍ୟାମ୍ପସର ଉଦ୍‌ଘାଟନ କରିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାପରେ କେନ୍ଦ୍ର ବିଦ୍ୟାଳୟର ଭୂମିପୂଜନ କରିଥିଲେ । ଏହାପରେ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ । ସେଠାରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ଟିଟିଲାଗଡ଼ ଉପ ଜିଲ୍ଲାପାଳ ରିହାନ୍ ଖତ୍ରି ଓ ଅନ୍ୟାନ୍ୟ ଅତିଥିମାନେ ଉପସ୍ଥିତ ଥିଲେ । ବର୍ଷେରୁ ଦୁଇ ବର୍ଷ ମଧ୍ୟରେ ନିଜସ୍ୱ କ୍ୟାମ୍ପସ ନିର୍ମାଣ ହୋଇଯିବ, ସେଥିପାଇଁ ଅସ୍ଥାୟୀ କ୍ୟାମ୍ପସରେ ୨୫/୨୬ରୁ ଶିକ୍ଷା ବର୍ଷ ଆରମ୍ଭ ହେବ । ଶିଶୁ ବାଟିକା ଠାରୁ ପଞ୍ଚମ ଶ୍ରେଣୀ ଯାଏଁ ଶିକ୍ଷା ପ୍ରଦାନ କରାଯିବ ବୋଲି ନିଜ ବକ୍ତବ୍ୟରେ କହିଥିଲେ ।

jittmm
Leave A Reply

Your email address will not be published.