oom

କେନ୍ଦୁଟିକିରା ବିଦ୍ୟାଳୟରେ ଚିତ୍ରକଳା କର୍ମଶାଳା ଅନୁଷ୍ଠିତ

jsmm

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଶୁଖା କ୍ଲଷ୍ଟର ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ କେନ୍ଦୁଟିକିରା ଠାରେ ତାରିଖ ୧୭/୦୪/୨୦୨୫ରେ ଚିତ୍ରକଳା କର୍ମଶାଳା ଅନୁଷ୍ଠିତ ହୋଇଯାଇଥିଲା । ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଶୁଖା ସୁରେଶ କୁମାର ନାୟକଙ୍କର ମାର୍ଗଦର୍ଶନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଆନନ୍ଦ ବାରିକ ସଭାପତିତ୍ୱ କରିଥିଲେ । ଶିଶୁ ମାନଙ୍କର ଶୈକ୍ଷିକ ଅଭିବୃଦ୍ଧି ନିମନ୍ତେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଚିତ୍ରକର ରିଲୁ ମହାନନ୍ଦ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ । ଚିତ୍ରକଳା ମାଧ୍ୟମରେ ଶିଶୁମାନଙ୍କର ସୃଜନୀ ଶକ୍ତିର ବିକଶିତ ହେବ ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ । ଶିଶୁବାଟୀକା, ପ୍ରଥମ ଓ ଦ୍ଵିତୀୟ ଶ୍ରେଣୀରେ ଅଧ୍ୟୟନରତ ଶିଶୁ ମାନଙ୍କୁ ଚିତ୍ରର ମୌଳିକ ଧାରଣା, ରଙ୍ଗ ବୋଲିବା କୌଶଳ ତୃତୀୟରୁ ପଞ୍ଚମ ଶ୍ରେଣୀରେ ଅଧ୍ୟୟନ ରତ ଶିଶୁ ମାନଙ୍କୁ ପଶୁପକ୍ଷୀ, ସୁନ୍ଦର ଅକ୍ଷରଲିଖନ ଓ ଅକ୍ଷରରୁ ଚିତ୍ରଅଙ୍କନ ବିଷୟରେ ବୁଝାଇ ଥିଲେ । ଶିଶୁ ମାନେ ଚିତ୍ର ଅଙ୍କନ କରି ଓ ଉପଯୁକ୍ତ ରଙ୍ଗ ବ୍ୟବହାର କରି ଚିତ୍ରପ୍ରଦର୍ଶିତ କରିଥିଲେ । ସହକାରୀ ଶିକ୍ଷକ ପ୍ରମୋଦ କୁମାର ବାରିକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ସହକାରୀ ଶିକ୍ଷୟିତ୍ରୀ ମଦନା ପୁଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.