
କୋରାପୁଟ, (ସୁନାମ ହନ୍ତାଳ) : ସେମିଲିଗୁଡା ବ୍ଲକର ୧୭ଟି ଗ୍ରାମ ପଂଚାୟତର ଦୁଧାରି ଓ କୁନ୍ଦୁଲି ଗାଁରେ ଆୟୁଷ୍ମାନ କାର୍ଡର ଶୁଭାରମ୍ଭ । ଓଡିଶାରେ ଆୟୁଷ୍ମାନ ଭାରତ ଯୋଜନାର ଲୋକାର୍ପଣ ହୋଇଯାଇଛି । ଏନେଇ ଦୁଧାରି ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପଡିଆ ଏବଂ କୁନ୍ଦୁଲି ମିନିଷ୍ଟାଡିୟମରେ ଆୟୁଷ୍ମାନ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି.ନଡ୍ଡା ଆଭାସୀ ମାଧ୍ୟମରେ ଉକ୍ତ ଯୋଜନାର ଲୋକାର୍ପଣ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନାରେ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ କରାଯାଇଥିଲା । ଏହି ୨ଟି ଯୋଜନା ସ୍ୱାସ୍ଥ୍ୟକ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି ବୋଲି ସେମିଲିଗୁଡା ଜୋନ ୨ର ଜିଲ୍ଲା ପରିଷଦ, ସଭ୍ୟ ମୋହନ ଜାନି, ଦୁଧାରି ସମିତି ସଭ୍ୟା ଶ୍ରୀମତୀ ସୁଷମା ପାଙ୍ଗି, ସରପଞ୍ଚ ମାଧବ ନନ୍ଦୀବାଲି ଅତିଥିଭାବେ ଯୋଗଦେଇ ଉଦ୍ବୋଧନ ଦେବା ସହ ସ୍ୱାସ୍ଥ୍ୟ ରଥ ଉଦ୍ଘାଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଗୋଷ୍ଠି ଉନ୍ନୟନ ଅଧିକାରୀ ଜସ୍ମିନ କୁମାର ପ୍ରଧାନ, ଡାଃ. ଦେବି ପ୍ରସାଦ ଭଦ୍ର, ଡାଃ ଦୀପାଳି ବାଘ, ପି.ଏଚ୍.ଇ.ଓ ରାହେଲ କାଡ଼ାମ, ପି.ଇ.ଓ ମୋହନ ଖରା ଉପସ୍ଥିତ ଥିବା ବେଳେ ଏଏନ୍ଏମ୍, ଆଶା, ସିଆରପି, ଏମ୍ବିକେ ଅଙ୍ଗନବାଡି କର୍ମୀ, ବିଜେପି କର୍ମୀ, ଏସଏଚ୍ଜି ଗ୍ରୁପ ପ୍ରମୁଖ ଯୋଗଦେଇଥିଲେ ।