
ରାଉରକେଲା, (ସସ୍ମିତା ପ୍ରଧାନ) : ସିଭିଲ ଟାଉନସିପ ଇ-୪, ଏଫ୍ -୪ ସ୍ଥିତ ଶ୍ରୀରାମ ଏକତା ଆଖଡ଼ା ତରଫରୁ ରାମନବମୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ କଲୋନୀ ବାସୀଙ୍କ ତରଫରୁ ଝଣ୍ଡା ପୂଜା, ମିଷ୍ଟାନ୍ନ ବଣ୍ଟନ ତଥା ସନ୍ଧ୍ୟାରେ ସୁନ୍ଦର କାଣ୍ଡ ପାଠ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କର୍ତ୍ତାଭାବେ ସୁଧୀର ହରିଚନ୍ଦନ ଓ ଗୀତାଞ୍ଜଳି ହରିଚନ୍ଦନ ତଥା ପୂଜକ ଭାବେ ଉମେଶ ପାଣିଗ୍ରାହୀ ଦାୟିତ୍ଵ ସମ୍ପାଦନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦୀପାଞ୍ଜଳୀ, ଆରତୀ, ବିଜୟଲକ୍ଷ୍ମୀ, ଭାଗ୍ୟଲକ୍ଷ୍ମୀ, ନିହାରିକା, ସରିତା, ସୁନିତା, ଜ୍ୟୋତି, ଗାୟତ୍ରୀ, ଝରଣା, ନିର୍ମଳ, ରାଜୀବ, ଗୋପାଳ, ଉମଙ୍ଗ, ସଞ୍ଜୀବ, ବିଶୁ, ବିନିତ, ଦେବରାଜ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସମସ୍ତଙ୍କ ମଧ୍ୟରେ ଭାଇଚାରା, ଐକ୍ୟବଦ୍ଧତା ଓ ସୈ।ହାର୍ଦ୍ଦପୂର୍ଣ୍ଣ ବାତାବରଣ ସୃଷ୍ଟି ତଥା ଶ୍ରୀରାମଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବାପାଇଁ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶ୍ରୀରାମ ଏକତା ଆଖଡ଼ା ତରଫରୁ କୁହାଯାଇଛି । ଶେଷରେ ସମସ୍ତଙ୍କ ମଧ୍ୟରେ ପ୍ରସାଦ ବିତରଣ କରାଯାଇଥିଲା ।