centurian jitm

ସଚ୍ଚିଦାନନ୍ଦ ସ୍ମୃତି ସମିତିର ସ୍ୱତନ୍ତ୍ର ସାରସ୍ୱତ ସମାବେଶ

nschool

ରାଉରକେଲା, (ସସ୍ମିତା ପ୍ରଧାନ) : ସଚ୍ଚିଦାନନ୍ଦ ସ୍ମୃତି ସମିତିର ସ୍ୱତନ୍ତ୍ର ସାରସ୍ୱତ ସମାବେଶ ଛେଣ୍ଡ ସ୍ଥିତ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ଶର୍ମିଷ୍ଠା କବିଶତପଥୀଙ୍କ ଆବାହକତ୍ୱ ତଥା ସଂଯୋଜନାରେ ଆୟୋଜିତ ଏହି ସମାବେଶରେ ପ୍ରଧ୍ୟାପକ ଶଙ୍କର ପ୍ରସାଦ ତ୍ରିପାଠୀ ସଭାପତି ଓ ଆଲୋଚକ ଭାବେ କବି ରାଜୀବ ପାଣି ଯୋଗଦେଇ ଆଲୋଚ୍ୟ ବିଷୟ ଓଡ଼ିଆ ଆଦି ସାହିତ୍ୟର ଅନନ୍ୟ ପୁରୁଷ ମହାକବି ସାରଳା ଦାସ ସମ୍ପର୍କରେ ଆଲୋଚନା କରିଥିଲେ । ଆଲୋଚକ ଶ୍ରୀ ପାଣି ତାଙ୍କ ବକ୍ତବ୍ୟରେ କହିଲେ ଯେ ଜାତୀୟ ଜୀବନର କବି ଥିଲେ ସାରଳା ଦାସ । ସମାଜରେ ଯାତଯାତ ହେଉଥିବା ଚରିତ୍ର ତାଙ୍କ ରଚନାରେ ପ୍ରକାଶ ହୋଇଛି । ଜଗନ୍ନାଥଙ୍କ କଥା ପ୍ରକୃତ ଭାଷାରେ ପ୍ରଥମେ ସାରଳା ଦାସ କରିଥିଲେ । ଏହା ସହ ପୁରୀରେ ଜଗନ୍ନାଥ, ବ୍ରହ୍ମା କିପରି ସୁଭଦ୍ରାଙ୍କ ମଧ୍ୟରେ ପ୍ରକଟିତ, କୃଷ୍ଣ କିପରି ଜଗନ୍ନାଥ, ଦୁର୍ଯୋଧନ ଓ ତାଙ୍କ ପୁତ୍ର ଲକ୍ଷ୍ମଣର ବାର୍ତ୍ତାଳାପ, ରକ୍ତ ନଦୀରେ ଦୁର୍ଯୋଧନ କିପରି ପୁତ୍ରର ଶବ ଉପରେ ନଦୀ ପାରିହେବା ସମୟରେ ଭାବୋଦ୍ଦୀପକ ବିଷର୍ଣ୍ଣ ମନ, ଭୀମ ଭାରଜା, ମହାଭାରତର ଗଙ୍ଗା କିପରି ଶାନ୍ତ ତଥା ସାରଳା ଦାସଙ୍କ ଗଙ୍ଗା କିପରି ଉଗ୍ର ଓ କ୍ରୋଧି, ସେ ସମ୍ପର୍କରେ ମାର୍ମିକ ଆଲୋଚନା କରିଥିଲେ । ପ୍ରାରମ୍ଭରେ କବି ଶତପଥୀ ସ୍ୱାଗତ ଭାଷଣ ସହ ସ୍ୱତନ୍ତ୍ର ସାରସ୍ୱତ ସମାବେଶର ଆଭିମୁଖ୍ୟ ଓ ସଭାପତି ଶ୍ରୀ ତ୍ରିପାଠୀ ଆଲୋଚ୍ୟ ବିଷୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ସହରର ବହୁ ବୁଦ୍ଧିଜୀବୀ, ସାହିତ୍ୟିକ, କବି, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ସାରସ୍ଵତ ଜଗତର ବିଶିଷ୍ଟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!