p purohi

ପ୍ରେସ କ୍ଲବ ପକ୍ଷରୁ ରକ୍ତଦାନ ଶିବିର ରାମ ନବମୀ ଉପଲକ୍ଷେ ଆୟୋଜନ

dr. purohit

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ରବିବାର ଭଗବାନ ରାମ ଜନ୍ମଦିନ ରାମ ନବମୀ ଅବସରରେ କଣ୍ଟାବାଞ୍ଜି ପ୍ରେସ କ୍ଲବ ପକ୍ଷରୁ ସ୍ଥାନୀୟ ସରକାରୀ ଡାକ୍ତରଖାନା ସ୍ଥିତ ରକ୍ତ ଭଣ୍ଡାରେ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ପ୍ରେସ କ୍ଲବ ସଭାପତି ପ୍ରବଜିତ ସିଂହ ସାଲୁଜା ସଭାପତିତ୍ୱରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରକୁ ପରାମର୍ଶଦାତା ଆଶିଷ ଖଇତାନ୍ ସଂଯୋଜକ ଭାବେ ପରିଚାଳନା କରିଥିବା ଏହି ଶିବିର ମୂଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ସମ୍ମାନୀତ ଅତିଥି ଭାବେ ପୋଲିସ୍ ଏସଡିପିଓ ଲକ୍ଷ୍ମୀ ନାରାୟଣ ମାରାଣ୍ଡି, ଯୋଗ ଦେଇ ଶିବିର ଉଦଘାଟିତ କରିଥିଲେ । ଭଗବାନ ରାମ ଜନ୍ମଦିନ ରେ କଣ୍ଟାବାଞ୍ଜିରେ ପ୍ରଥମ ଥର ରକ୍ତଦାନ ଶିବିର ଆୟୋଜନ ପାଇଁ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ପ୍ରଶଂସା କରିବା ସହ ପ୍ରେସ କ୍ଲବ୍ କଣ୍ଟାବାଞ୍ଜି ଜନମଙ୍ଗଳ ପାଇଁ ଜାରି ରଖିବା ପାଇଁ ଅନୁରୋଧ କରିଥିଲେ, ସ୍ଵେଚ୍ଚାକୃତ ଭାବେ ବହୁ ସଂଖ୍ୟା ଲୋକ ରକ୍ତଦାନ ଦେଇଥିଲେ । ରକ୍ତଦାନ ଶିବିରରେ ପ୍ରେସ କ୍ଲବ ଅଫିସ ସମ୍ପାଦକ ବିସିକେଶନ ମାଝୀ, କୋଷାଧ୍ୟକ୍ଷ ହନୀ ସିଂହ, ପରାମର୍ଶଦାତା ଆଶିଷ ଖୈତାନ , ଦୁର୍ଗାପ୍ରସାଦ ଗୁପ୍ତା, ସଦସ୍ୟ ଜଗମୋହନ ତାଣ୍ଡି , କମଳ ଅଗ୍ରୱାଲ , ଅମିତ ଶର୍ମା , ସେଲୁ ଜୈନ, ସହ ସମାଜସେବୀ ବଜରଙ୍ଗ ଅଗ୍ରୱାଲ, ବିକାଶ ଜୈନ, ବାସୁ ବେହେରା, ସହ ରକ୍ତ ଭଣ୍ଡାରର ଟେକ୍ନିଶୀୟନ୍ ଗଜପତି ବେହେରା, ଶିବ ସାହୁ, କୁନାଲ ଦାସ, ଦୁର୍ଗା ତାଣ୍ଡି,ମାନେ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.