oom

ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟନ କଲେ ସରପଞ୍ଚ

jsmm

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ଅନ୍ତର୍ଗତ କେନ୍ଦୁପାଲି ପ୍ରାଥମିକ ବିଦ୍ୟାଳୟର ଆସନ୍ତା ନୂତନ ଶିକ୍ଷା ବର୍ଷରେ ନାମଲେଖା ପାଇଁ ବିଜ୍ଞାପନ ପ୍ରକାଶିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ସରପଞ୍ଚ ବାସନ୍ତୀ ଖେତି ଘରକୁ ଘର ବୁଲି ନିମନ୍ତ୍ରଣ ପତ୍ର ବଣ୍ଟନ ପୂର୍ବକ ସମସ୍ତେ ପଢିବା ସମସ୍ତେ ବଢିବା ବୋଲି ବାର୍ତ୍ତା ଦେଇଛନ୍ତି । ଆସନ୍ତା ଶିକ୍ଷାବର୍ଷରୁ ନୂତନ ଶିକ୍ଷାନୀତି ଲାଗୁ ହୋଇ ବିଦ୍ୟାଳୟରେ ଶିଶୁବାଟିକା ଶ୍ରେଣୀ ନୂତନ ଭାବେ ଖୋଲାଯିବା ସହିତ ମୌଳିକ ଭାଷା, ମୌଳିକ ସଂଖ୍ୟାଜ୍ଞାନ ଓ ସୃଜନାତ୍ମକ ଷ୍ଟେସନ କରାଯିବ । ସେପ୍ଟେମ୍ବର ପହିଲା ସୁଦ୍ଧା ପାଞ୍ଚ ବର୍ଷ ପୂରଣ ହେଉଥିଲେ ଶିଶୁବାଟିକା ଶ୍ରେଣୀ ଓ ଛଅ ବର୍ଷ ପୂରଣ ହେଉଥିଲେ ପ୍ରଥମ ଶ୍ରେଣୀରେ ନାମ ଲେଖାଯିବ । ଶିଶୁବାଟିକା ଛାତ୍ରଛାତ୍ରୀଙ୍କୁ ଏକ ସ୍ୱତନ୍ତ୍ର କାର୍ଯ୍ୟ ପୁସ୍ତିକା ପ୍ରଦାନ କରାଯାଇ ଗୀତ, ଗପ, ଖେଳ, ଚିତ୍ରାଙ୍କନ ମାଧ୍ୟମରେ ଶିକ୍ଷା ପ୍ରଦାନ କରାଯିବ । ଏହି ଅବସରରେ ସ୍ଥାନୀୟ ସିଆରସିସି ନରେନ୍ଦ୍ର ପୁରୋହିତ, ପ୍ରଧାନ ଶିକ୍ଷକ ତୁଳସୀରାମ ଭୋଇ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅଶୋକ ରାଉତ, ପଞ୍ଚସଖା ଶିକ୍ଷାସେତୁ ସଭାପତି ଅଶୋକ ନାଏକ ଉପସ୍ଥିତ ରହି ଅବିଭାବକମାନଙ୍କୁ ସରକାରୀ ବିଦ୍ୟାଳୟରେ ମିଳୁଥିବା ସୁବିଧା ସୁଯୋଗ ବିଷୟରେ ବୁଝାଇବା ସହ ସମସ୍ତ ଶିଶୁଙ୍କୁ ଉତ୍ତମ ଶିକ୍ଷାଦାନ ଆମର ଲକ୍ଷ୍ୟ ବୋଲି କହିଥିଲେ । ଶେଷରେ ସହକାରୀ ଶିକ୍ଷକ ଶମ୍ଭୁପ୍ରସାଦ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.