oom

ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର କଦମପଡ଼ାଠାରେ ରାଷ୍ଟ୍ରୀୟ ନବବର୍ଷରେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ଓଡ଼ିଶା ପଶ୍ଚିମ ରାଜ୍ୟ ସଂଗଠନର ପ୍ରାନ୍ତୀୟ କାର୍ଯ୍ୟକାରିଣୀ ବୈଠକ ପ୍ରାନ୍ତ ସଭାପତି ଶଶୀଭୂଷଣ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଖାଉଟି ବିଷୟରେ ଆଲୋଚନ ସହିତ ଜିଲ୍ଲା ଗୁଡ଼ିକର ବିବରଣୀ ଓ ସହିତ କାର୍ଯ୍ୟର ସମୀକ୍ଷା କରଯାଇଥିଲା । ଏହି ବୈଠକରେ ପ୍ରାନ୍ତର ଆଗାମୀ କାର୍ଯ୍ୟ ପନ୍ଥା ସ୍ଥିର କରିବା ସହିତ ପଞ୍ଚାୟତର ୫୦ ବର୍ଷ ପୂର୍ତ୍ତି ନିକଟରେ ଗତ ବର୍ଷ ସରିଥିବା ବେଳେ ଜିଲ୍ଲା ସଙ୍ଗଠନ ଗୁଡିକ ଉପରେ ଆଲୋଚନା କରାଯାଇ ଚଳିତ ବର୍ଷ ରାଷ୍ଟ୍ରୀୟ ସ୍ଵୟ ସେବକ ସଙ୍ଘକୁ ୧୦୦ ବର୍ଷ ପୂରଣ ସମୟର କାର୍ଯ୍ୟକୁ ଆହୁରି ସକ୍ରୀୟ ବିସ୍ତାର କରି ଆହୁରି ଅଧିକ ସଭ୍ୟ ସଂଖ୍ୟା ବୃଦ୍ଧି କରିବା ଦିଗରେ ପ୍ରସ୍ତାବ ନିଆଯାଇଛି । ବିଭିନ୍ନ ଜିଲ୍ଲାରେ ଗ୍ରାହକ ନିଶୁଳ୍କ ପରାମର୍ଶ କେନ୍ଦ୍ର କରାଯାଇ ସେବା ଯୋଗାଇ ଦେବାକୁ ସ୍ଥିର କରାଯାଇଥିଲା । କେନ୍ଦ୍ରୀୟ ବୈଠକ ପାଇଁ ପ୍ରାନ୍ତରୁ ୬ଜଣ ଯିବେ ବୋଲି ନିଷ୍ପତ୍ତି ହୋଇଛି । ରାଜ୍ୟରେ ସୁନ୍ଦରଗଡ଼ରେ ପ୍ରଶିକ୍ଷଣ ବର୍ଗ, ସମ୍ବଲପୁର ସମେତ ଅନ୍ୟ ସ୍ଥାନରେ ୫ଟି ଜିଲ୍ଳାର ପ୍ରଶିକ୍ଷଣ ବର୍ଗ ନିକଟରେ କରାଯିବାକୁ ସ୍ଥିର କରାଯାଇଛି । ଏହି ବୈଠକରେ ପ୍ରାନ୍ତ ସାଧାରଣ ସମ୍ପାଦକ ମାଣିକ ଲାଲ୍ ବର୍ମା ବିବରଣୀ ପ୍ରଦାନ କରିଥଲେ । ପ୍ରାନ୍ତ ମହିଳା ସଂଯୋଜିକା ସଂଯୁକ୍ତା ମିଶ୍ର, ପ୍ରାନ୍ତ ମହିଳା ସହ ସଂଯୋଜୀକା ମୀନାକ୍ଷୀ ନାଏକ , ସୁନ୍ଦରଗଡ଼ ଜିଲା ସଭାପତି ନବୀନ କୁମାର୍ ପଟେଲ, ଉପସଭାପତି ସୁଧାଂଶୁ କୁମାର ଚୌଧୁରୀ, ବଲାଙ୍ଗିର ସଭାପତି ଗୋପବନ୍ଧୁ ଶତପଥୀ, କୋଷାଧ୍ୟକ୍ଷ ନବକୃଷ୍ଣ ପଟେଲ, ଦିବାକର ହୋତା ସଭ୍ୟ ବଲାଙ୍ଗିର, ସମୀର କୁମାର କର ଉପଦେଷ୍ଟା ସୁନ୍ଦରଗଡ଼, ମୀନା ନାଗ, ବିମଳ ପ୍ରସାଦ ପାଣିଗ୍ରାହି ସୁନ୍ଦରଗଡ଼ ପ୍ରମୁଖ ବୈଠକରେ ଆଲୋଚନାରେ ଭାଗନେଇଥିଲେ । ଶେଷରେ ଶ୍ରୀ ଶତପଥୀ ଧନ୍ୟବାଦ୍ ଅର୍ପଣ କରିଥଲେ ।

jittmm
Leave A Reply

Your email address will not be published.