oom

ବଲାଙ୍ଗିର ଗୋଶାଳାରେ ଗୋବରରୁ ତିଆରି ହେଉଛି ଉତ୍କୃଷ୍ଟ କାଠ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୃଥ୍ୱୀରାଜ ଗୋଶାଳା ଠାରେ ମେସିନ ସାହାଯ୍ୟରେ ଗୋବରରୁ ଜାଳେଣି କାଠ ତିଆରି ହେଉଛି । ଗୋ-କାଷ୍ଠ ମେସିନ ଓ ପରିବେଶର ସଂରକ୍ଷଣ ଉପରେ ଅଖିଳ ଭାରତୀୟ ମାରୱାଡ଼ି ମହିଳା ସମ୍ମେଳନର ପ୍ରାନ୍ତୀୟ ଅଧ୍ୟକ୍ଷା ବବିତା ଅଗ୍ରୱାଲ ଓ ବରିଷ୍ଠ ସଦସ୍ୟା ମୀରା କେଜରିୱାଲ, ସରଳା ଅଗ୍ରୱାଲ, ବଲାଙ୍ଗିର ମାରୱାଡ଼ି ମହିଳା ସମିତିର ସଭାପତି ଲକ୍ଷ୍ମୀ ଅଗ୍ରୱାଲ, ସମ୍ପାଦିକା ଜ୍ୟୋତି ଅଗ୍ରୱାଲ, କୋଷାଧ୍ୟକ୍ଷ ସୁଧା ଅଗ୍ରୱାଲ ଏବଂ ଗୋଶାଳା କମିଟିର ପ୍ରଫୁଲ୍ଲ ଜୈନ, ଜୟରାମ ଅଗ୍ରୱାଲ, ରବି କୁମାର ଅଗ୍ରୱାଲ, ପୱନ ଅଗ୍ରୱାଲଙ୍କ ସମେତ ବହୁସଂଖ୍ୟାରେ ମହିଳା ସମିତିର ସଦସ୍ୟାମାନେ ଉପସ୍ଥିତ ରହି କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ମାରୱାଡ଼ି ମହିଳା ସମ୍ମେଳନ ପକ୍ଷରୁ ବଲାଙ୍ଗିର ଠିକାଦାର ପଡ଼ା ଠାରେ ଥିବା ପୃଥ୍ୱୀରାଜ ଗୋଶାଳାରେ ହରିଦ୍ଵାରରୁ ଆସିଥିବା ପୂଜ୍ୟ ସ୍ୱାମୀ ପ୍ରମାର୍ଥ ଦେବ ଓ ତାଙ୍କ ଟିମ୍‌, ମହିଳା ସମ୍ମେଳନର ସଦସ୍ୟାମାନେ ଏହାର ମହତ୍ତ୍ଵ ଉପରେ ଗୁରୁତ୍ୱାରପ କରିଥିଲେ ଓ ଗୋ-ପୂଜନ ସହ ଗୋ-କାଷ୍ଠ ମେସିନ ବାବଦରେ, ପରିବେଶ ସୁରକ୍ଷା ଉପରେ ଦିଗ ଦର୍ଶନ ଦେଇଥିଲେ । ଜଙ୍ଗଲ ଏବଂ ପରିବେଶ ସୁରକ୍ଷା ପାଇଁ ଏହା ଅଭିନବ ପ୍ରୟାସ ବୋଲି କୁହାଯାଉଛି । ପୂର୍ବକାଳରେ କୃଷି ପାଇଁ ବହୁଳ ଭାବରେ ଗୋପାଳନ କରାଯାଉଥିଲା କିନ୍ତୁ ବର୍ତ୍ତମାନର ଆଧୁନିକ ଯୁଗରେ କୃଷି କ୍ଷେତ୍ରରେ ଆଧୁନିକ ୟନ୍ତ୍ରପାତିର ପ୍ରୟୋଗ ଯୋଗୁ ଗୋରୁଗାଈ ସଂଖ୍ୟା କମିବାରେ ଲାଗିଲା । ଗୋରୁଗୋବର ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ କୃଷକମାନଙ୍କ ଅଭିବୃଦ୍ଧି ସହିତ ପରିବେଶ ସଂରକ୍ଷଣରେ ସହାୟକ ହେଉଛି । ଆଧୁନିକ ଯୁଗରେ କାଠର ବିକଳ୍ପ ରୂପେ ଗୋବରରୁ ଗୋବର କାଠ ତିଆରି ହେଉଛି । ଜଙ୍ଗଲ ସଂରକ୍ଷଣରେ ପ୍ରମୁଖ ଭୂମିକା ନେବା ସହିତ ପ୍ରଦୂଷଣ ନିୟନ୍ତ୍ରଣ କରିଥାଏ । ହିନ୍ଦୁ ସମାଜରେ ମୃତଦେହ ଦାହ ପାଇଁ କାଠ ବ୍ୟବହାର ହୋଇଥାଏ । ବର୍ତ୍ତମାନ ଯୁଗରେ ଜଙ୍ଗଲ କ୍ଷୟ ଯୋଗୁ କାଠର ଘୋର ଅଭାବ ଦେଖାଦେଇଛି । ଏହାର ବିକଳ୍ପ ଭାବେ ଗୋ-କାଷ୍ଠକୁ ବ୍ୟବହାର କରିବାକୁ ମହିଳା ସମ୍ମେଳନର ସଦସ୍ୟାମାନେ ମତ ଦେଇଛନ୍ତି । ତେବେ ଏହି ସବୁ କାରଣକୁ ଆଖି ଆଗରେ ରଖି ଗୋକାଷ୍ଠ ତିଆରି ମେସିନ ଲଗାଇ ଗୋକାଷ୍ଠ ତିଆରି କରୁଛନ୍ତି । ଗୋଶାଳାରୁ ବାହାରୁ ଥିବା ଗୋବର ଜମାହୋଇ ନଷ୍ଟ ହେଉଥିଲା । ଗୋବର ଠିକ ବ୍ୟବହାର ବିଷୟରେ ମୋବାଇଲରେ ଖୋଜୁଥିବାବେଳେ ଏ ଗୋକାଷ୍ଠ ତିଆରି ମେସିନ ବିଷୟରେ ଜାଣିବାକୁ ପାଇଲେ । ଏହି ମେସିନକୁ ବ୍ୟବହାର କରି ସେମାନେ ଗୋକାଷ୍ଠ ତିଆରି କରୁଛନ୍ତି । ଏହା ବର୍ତ୍ତମାନ ଲୋକଙ୍କ କାମରେ ଲାଗୁଛି ବୋଲି ସେମାନେ କହିଛନ୍ତି । ଏହାର ବ୍ୟବହାର ଦ୍ୱାରା ପରିବେଶ ସନ୍ତୁଳିତ ହେବା ସହ ପ୍ରଦୂଷଣ କମିଥାଏ । ଗୋକାଠ ଉପରେ ସମସ୍ତେ ନିର୍ଭର କଲେ ଏହାର ଚାହିଦା ବଢନ୍ତା । ଜଙ୍ଗଲକାଠ ଉପରେ ଲୋକେ ନିର୍ଭର ନ କରି ଗୋକାଷ୍ଠ ଉପରେ ଲୋକେ ନିର୍ଭର କଲେ ଜଙ୍ଗଲ ସୁରକ୍ଷା ସହ ପରିବେଶ ସୁରକ୍ଷା ହୋଇପାରିବ ।

jittmm
Leave A Reply

Your email address will not be published.