csstore

ଚନ୍ଦ୍ରଶେଖର ବାବାଙ୍କ ଦଣ୍ଡଯାତ୍ରା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚନ୍ଦନଭାଟି ଗ୍ରାମର ଚନ୍ଦ୍ରଶେଖର ବାବା ଦଣ୍ଡଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗତ ୧୪.୦୩.୨୦୨୫ ଫାଲଗୁନ ପୂର୍ଣ୍ଣିମା ମନ୍ଦିରରୁ ସଂକଳ୍ପ ନେଇ ଚନ୍ଦନଭାଟି ଗ୍ରାମର ଯୁବପିଢିଙ୍କୁ ନେଇ ଦଣ୍ଡଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ସହରର ବିଭିନ୍ନ ଗ୍ରାମକୁ ଯାଇ ଦଣ୍ଡଯାତ୍ରା ପ୍ରଦର୍ଶନ କରିଥିବା ବେଳେ ଆଜି ବଲାଙ୍ଗିର ସହରର ବ୍ରାହ୍ମଣପଡା ଠାରେ ଅନୁଷ୍ଠିତ ହୋଇଥିଲା । ସକାଳୁ ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରିବା ପରେ ଦ୍ୱିପହରରେ ପାଣି ଦଣ୍ଡଯାତ୍ରା ହୋଇଥିବା ବେଳେ ରାତ୍ରରୁ ପରଭା ନାଚ, ରାଧାକୃଷ୍ଣଙ୍କ ନାଚ, ଚନ୍ଦ୍ରସେନା, ଦୁତି ଅଭିନୟରେ ବେଶ ଦର୍ଶକକୁ ମନ ଛୁଇଁଥିବା ବେଳେ ପାଶ୍ୱର୍ ଦେବାଦେବୀ ଦକ୍ଷିଣେଶ୍ୱରୀ କାଳି, ଛତର ମୈରବ, ଘଣ୍ଟ, ଢୋଲ, ନିଶାନ, ତାସାରେ ବିଭିନ୍ନ ଦିଗରେ ଅଭିନୟ କରି ଯାତ୍ରା ଦେଖାଇଥିଲେ । ମୁଖ୍ୟ ପୂଜକ ପିଙ୍କୁ ମେର୍ଲି ପୂଜାର୍ଚ୍ଚନା କରି ସୂଚନା ଦେଇଛନ୍ତି ଯେ ଏହା ଅକ୍ଷୟ ତୃତୀୟାରେ ସମାପ୍ତ କରିବେ । ହଜି ଯାଇଥିବା ପରଂପରା ସହରମୁହାଁ ହୋଇଛି ।

jayashree
Leave A Reply

Your email address will not be published.