oom

ନିର୍ଝରିଣୀ ତରଫରୁ ଫଗୁଣ ଆସର ଅନୁଷ୍ଠିତ

jsmm

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜିର ଅଗ୍ରଣୀ ଅନୁଷ୍ଠାନ ନିର୍ଝରିଣୀ ଆନୁକୂଲ୍ୟରେ ବନମାଳୀ ପେଲେସ ସମ୍ମୁଖରେ ଥିବା ଜଗନ୍ନାଥ କାର ସ୍ପା ପରିସରରେ ଫଗୁଣ ଆସର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ରାମଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଡ଼ଃ. ଯୁଗଳ କିଶୋର ଷଡ଼ଙ୍ଗୀ, ମୁଖ୍ୟବକ୍ତା ଭାବେ ଅଧ୍ୟାପକ ବିନୟ କୁମାର ଦାଶ, ସମ୍ମାନିତ ଅତିଥି ଭାବରେ ବିଭୁଦତ୍ତ ସାହୁ ଯୋଗ ଦେଇଥିଲେ । ପୂଜାର୍ଚ୍ଚନା ପରେ ଅତିଥିମାନଙ୍କୁ ପଳାଶ ଫୁଲ ଓ ଅବିର ପ୍ରଦାନ କରାଯାଇଥିଲା । କଣ୍ଠଶିଳ୍ପୀ ଗଣପତି ବେହେରା ଭଜନ ପରିବେଷଣ କରିଥିଲେ । କବି ଉମେଶ ବେହେରା ଓ ରମେଶ କୁମାର ବାରିକଙ୍କ ସମ୍ପାଦନାରେ ଅନୁଷ୍ଠାନର ଦ୍ୱିମାସିକ ପତ୍ରିକା ନିର୍ଝର କୋଶଳୀ ସଂଖ୍ୟା ଅତିଥିମାନଙ୍କ କର କମଳରେ ଉନ୍ମୋଚିତ ହୋଇଥିଲା । ସାହିତ୍ୟିକ ଜ୍ୟୋତି ପ୍ରକାଶ ଗଡ଼ତ୍ୟା ସଭା ପରିଚାଳନା କରିଥିବା ହେଳେ ଡଃ. ନାରାୟଣ ମିଶ୍ର ସ୍ୱାଗତ ଭାଷଣ ଏବଂ ସମ୍ପାଦକ ବିରଞ୍ଚି ନାରାୟଣ ଦାଶ ବିବରଣୀ ପଠନ ଓ ଉପସଭାପତି ସୂର୍ୟ୍ୟକାନ୍ତ ରଣା ଧନ୍ୟବାଦ ଅର୍ପଣ କରିଥିଲେ । ସଂଯୋଜକ ଧୀରଜ ଅଗ୍ରୱାଲ ଓ ସହ ସମ୍ପାଦିକା ଅଞ୍ଜଳି ମାଝୀଙ୍କ ସଂଯୋଜନାରେ ଉପସ୍ଥିତ ଶତାଧିକ କବି କବୟିତ୍ରୀ ବହୁଭାଷୀ କବିତା ପାଠ କରିଥିଲେ । ଏହି ଆସରରେ କବି ନରେନ୍ଦ୍ର ସୁନା, କୁଞ୍ଜ ବିହାରୀ ବେହେରା, ଶ୍ୟାମ ସୁନ୍ଦର ଗୁରୁ, ମୁକୁନ୍ଦ ସାହୁ, ଥମିର ଛତ୍ରିଆ, ଡୋଳାମଣି ମହତ, ବିନୋଦ ପୁଟେଲ, ଶୋଭିତ ତାଣ୍ଡୀ, ମାନସ ରଞ୍ଜନ ଜାଲ, ଅମରକାନ୍ତ ବେହେରା, ବିକାଶ ନାଥ, ତୁଶ୍ରୀତା ସିଂଦେବୀ ମାଝୀ, କୁଳମଣି ସାହୁ, ଛେଲିଆ ସାହୁ, ରତୀନ୍ଦ୍ର ରାଏ, ମମତା ପଣ୍ଡା, ଧନସିଂ ମାଝୀ, ଅନନ୍ତ ଖମାରୀ ପ୍ରମୁଖ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.