csstore

ଏକାଦଶାହ କାର୍ଯ୍ୟରେ ଶ୍ରଦ୍ଧାଞ୍ଜଳି ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଜର୍ଜଗଡ଼ ଗ୍ରାମରେ ଏକାଦଶାହ କାର୍ଯ୍ୟରେ ଶ୍ରଦ୍ଧାଞ୍ଜଳି ସଭା ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ପାଇକମାଲ ବିଦ୍ୟୁତ ବିଭାଗ ଏସଡିଓ କାର୍ଯ୍ୟାଳୟରେ କାର୍ଯ୍ୟରତ ମାୟାଧର ପ୍ରଧାନ (୪୮)ଙ୍କ ଗତ ତିନି ତାରିଖ ଅକାଳ ବିୟୋଗ ହୋଇଥିଲା । ଏନେଇ ତାଙ୍କର ଏକାଦଶାହ କାର୍ଯ୍ୟ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା କୁଳିତା ଜାତିର ନିୟମ ରୀତି ନୀତି ଅନୁସାରେ କରାଯାଇ, ତାଙ୍କର ଫୋଟୋ ଚିତ୍ରରେ ପୁଷ୍ପ ଅର୍ପଣ ପରେ ଦୁଇ ମିନିଟ ନିରବ ପ୍ରାର୍ଥନା ଆତ୍ମାର ସଦଗତି ପାଇଁ କରାଯାଇ ଜାତିର ମୁଖିଆ ମାନଙ୍କ ତଥା ଅତିଥି ମାନଙ୍କ ଗୋଡଧୁଆ ହୋଇଥିଲା । ଜାତିର ମୁଖିଆ ମାନେ ମୃତକଙ୍କ ପରିବାରକୁ ଶାନ୍ତନା ଗୀତ ମାଧ୍ୟମରେ ଦେଇ ଥିଲେ ଓ ପ୍ରଧାନ ପରିବାର ସମସ୍ତ ଜାତିଭାଇ ମାନଙ୍କ ଗୋଡ ଧୋଇଥିଲେ । ବିଭୁତି ମୁଣ୍ଡ, ବଡ ଶତପଥୀ ପ୍ରକୃତି ବନ୍ଧୁ ଦ୍ୱୟ ବଉଳ ଗଛ ମାୟାଧରଙ୍କ ପୁତ୍ର କିରନ ପ୍ରଧାନଙ୍କୁ ପ୍ରଦାନ ସହ ଏହି ଗଛ ସ୍ମୁତି ପାଇଁ ରୋପଣ କରି ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ । ଶ୍ରଦ୍ଧାଞ୍ଜଳି ସଭାରେ ବିଦ୍ୟୁତ ବିଭାଗୀୟ ଏସଡିଓ ମନୋରଞ୍ଜନ ନାୟକ, ପ୍ରଦୀପ ପ୍ରଧାନ, ଗୋକୁଳା ପ୍ରଧାନ, ଛବି ପ୍ରଧାନ, ବଳରାମ ବାରିକ, ପ୍ରଦୀପ ବାରିକ, ସୁକାନ୍ତ ସାହୁ, ଉପେନ୍ଦ୍ର ପ୍ରଧାନ, ସୁରୁବାବୁ ଭୋଇ ପ୍ରମୁଖ ଯୋଗଦେଇ ବିଭିନ୍ନ କାମରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.