ଭୁବନେଶ୍ୱରରେ ଡ୍ରିମ୍ ଗାର୍ଲ ହେମାଳିନୀ

ଭୁବନେଶ୍ୱର : ଓଡ଼ିଶାରେ ବଲିଉଡର ଡ୍ରିମ୍ ଗାର୍ଲ ହେମାଳିନୀ । ବୃନ୍ଦାବନ ମହୋତ୍ସବରେ ଯୋଗଦେବା ପାଇଁ ଭୁବନେଶ୍ୱରରେ ଅଭିନେତ୍ରୀ ହେମାଳିନୀ । ଗୁରୁକୁଳ ପକ୍ଷରୁ ଓଡିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ସହଯୋଗରେ ଆସନ୍ତାକାଲି ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ହେବାକୁ ଥିବା ଉତ୍ସବରେ ସାମିଲ୍ ହେବେ । ସେହିପରି ହୋଲି ରଙ୍ଗ ଉତ୍ସବରେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସୂଚନା ଅନୁସାରେ ଆଜି ଭୁବନେଶ୍ୱରରେ ପହଞ୍ଚିଥିଲେ ହେମାଳିନୀ । ସେ ପଦ୍ମଭୂଷଣ, ପଦ୍ମ ବିଭୁଷଣ ହରିପ୍ରସାଦ ଚୌରାଶିଆଙ୍କୁ ଭେଟିବା ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ପରେ ସେଠାରେ ବୃକ୍ଷରୋପଣ କରିଥିଲେ ।

Leave A Reply

Your email address will not be published.