ଦକ୍ଷିଣ ରାଉରକେଲାରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଓ ସାଂସ୍କୃତିକ ମହୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା ସରକାରଙ୍କ ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ଆଇ ଡି ଏଲ ସମାଜ ମଙ୍ଗଳ କେନ୍ଦ୍ର ପରିସରରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଓ ସାଂସ୍କୃତିକ ମହୋତ୍ସବ -୨୦୨୫ ଅନୁଷ୍ଠାନର ସମ୍ପାଦକ ତଥା ସମାଜସେବୀ ଅରୁଣ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଉଦ୍‌ଘାଟକ ଭାବେ ରାଉରକେଲା ବିଧାୟକ ତଥା ପୁର୍ବତନ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି କହିଲେ ଯେ ବିଜୁ ବାବୁ ହେଇଛନ୍ତି ଝଡ଼ର ଇଗଲ । ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ପଞ୍ଚାୟତରାଜ ବ୍ୟବସ୍ଥାକୁ ତୃଣମୂଳ ସ୍ଥରରେ ସୁଦୃଢ଼ କରାଇବା ପାଇଁ ଓଡ଼ିଶାରେ ପଞ୍ଚାୟତରାଜ ଆଇନ ୧୯୯୨ ପ୍ରଣୟନ କରିଥଲେ । ଗାଁ କୁ କାମ ମାଆଙ୍କୁ ସାମ୍ମାନ ନାରା ଦେଇ ମହିଳାମାନଙ୍କ ନିମନ୍ତେ ୩୩ ଭାଗ ସ୍ଥାନ ସଂରକ୍ଷଣ କରି ସାରା ଭାରତ ବର୍ଷରେ ଇତିହାସ ରଚିଥିଲେ । ତାଙ୍କ ଭଳି ମହାନ ବ୍ୟକ୍ତିଙ୍କ ଆଦର୍ଶର ଅନୁପ୍ରାଣିତ ହେବାପାଇଁ ଆଜିର ଯୁବ ଛାତ୍ର ସମାଜଙ୍କୁ ଆହ୍ୱାନ ଦେଇଥିଲେ । ରାଉରକେଲା ଇସ୍ପାତ କାରଖାନାର ପ୍ରାକ୍ତନ ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଜୁବାବୁଙ୍କ କର୍ମମୟ ଜୀବନ, ସ୍ୱାଧିନତା ସଂଗ୍ରାମ, ରାଜନୈତିକ ଚିନ୍ତାଧାରା ସର୍ବୋପରି ନବ ଓଡ଼ିଶା ଗଠନରେ ତାଙ୍କର ଭୂମିକା ସଂପର୍କରେ ବିସ୍ତୃତ ଆଲୋଚନା କରିଥଲେ । ସୁନ୍ଦରଗଡ଼ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ସଭାପତି ପ୍ରଦ୍ୟୁମ୍ନ ତ୍ରୀପାଠୀ ଓ ଆଇ ଡି ଏଲର ଶିଳ୍ପ ସମ୍ପର୍କ ବିଭାଗର ମୁଖ୍ୟ ରଞ୍ଜନ ମହାନ୍ତି ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବିଜୁବାବୁଙ୍କ ଉଲ୍ଲେଖନୀୟ କାର୍ଯ୍ୟ ସଂପର୍କରେ ଆଲୋଚନା କରି କହିଲେ ପାରାଦୀପ ବନ୍ଦର, ସୁନାବେଢ଼ା ମିଗ୍ ବିମାନ କାରଖାନା, ରାଉରକେଲା ଇଂଜିନିୟରିଂ କଲେଜ, ହୀରାକୁଦ ନଦୀବନ୍ଧ ନିର୍ମାଣରେରେ ତାଙ୍କର ଅବଦାନ ଅତୁଳନୀୟ ବୋଲି ସେମାନଙ୍କ ବକ୍ତବ୍ୟରେ କହିଥିଲେ । ଏହି କର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତା ଯଥା ଚିତ୍ରାଙ୍କନ, ବକ୍ତୃତା, ଖାଦ୍ୟସାମଗ୍ରୀ ପ୍ରସ୍ତୁତି, କୈାତୁକ ପୋଷାକ, ଆଧୁନିକ, ସମ୍ବଲପୁରୀ, ଓଡ଼ିଶୀ, ଭଜନ ସଂଗୀତ ସମେତ ୨୧ ଟି ବିଭାଗରେ ୮୪ ଜଣଙ୍କୁ ଟ୍ରଫି ପ୍ରମାଣପତ୍ର ସହିତ ମଞ୍ଚରେ ପୁରସ୍କୃତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ନାଟ୍ୟ ନିର୍ଦ୍ଦେଶକ ମୂରଲୀଧର ଦାଶ, ବିଶ୍ଵନାଥ ପଟ୍ଟନାୟକ, ଗୁରୁ ରବର୍ଟ ହାଇଫିଲ, ଆରତି ଚୌଧୁରୀ , ଝାନୋ ମୁର୍ମୁ, ସୁରଥ ପରିଡା, ସୁନିତା ପରିଡା, ହରିହର ବେହେରା, କୈଳାଶ ଚନ୍ଦ୍ର ମଲ୍ଲିକ, ଭଗଵାନ ସହୁ, ଅନ୍ତର୍ଯ୍ୟାମୀ ବେଉରା, ବାଦଲ ପଣ୍ଡା, ଝୁନୁଲତା ସାହୁ, ମିନା ବେହେରା, ସନାତନ ସାହୁ, କାଳନ୍ଦୀ ଚରଣ ମଲ୍ଲିକ, ପଲ୍ଲଭୀ ବେହେରା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ବିଜୁ ପଟ୍ଟନାୟକଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପ୍ରାରମ୍ଭରେ ଟ୍ରଷ୍ଟର ସହ ସଂପାଦିକା ସଚଳା ପଣ୍ଡା ଅତିଥି ମାନଙ୍କୁ ପରିଚୟ ପ୍ରଦାନ କରିଥିବା ବେଳେ, ଆରତୀ ଚୈ।ଧୁରୀ ମଞ୍ଚ ସଂଯୋଜନା, ବର୍ଷାରାଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମାରୋହରେ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା, ସମାଜସେବୀ, ଶିକ୍ଷାବିତ, ସ୍ଥାନୀୟ ଅଂଚଳର ମାନ୍ୟଗଣ୍ୟ ବ୍ୟକ୍ତି, ଓ ବହୁ ବିଶିଷ୍ଟ କଳାକାର ମାନେ ଯୋଗଦେଇଥିଲେ ।

Leave A Reply

Your email address will not be published.