ବାଲାଜୀ କଲେଜରେ ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବାଲାଜୀ କଲେଜ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଜିଲ୍ଲା ପ୍ରଶାସନ ତରଫରୁ ଶିଶୁ ମାନଙ୍କର ସୁରକ୍ଷା ସମ୍ବନ୍ଧୀୟ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବାଲାଜୀ କଲେଜ ର ନିର୍ଦ୍ଦେଶକ ଅଭିଳାଷ ଅଗ୍ରୱାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ସଚେତନତା କାର୍ଯ୍ୟକ୍ରମକୁ ବାଲାଜୀ ନର୍ସିଂ କଲେଜର ଅଧକ୍ଷ ଦେବାଶିଷ ପାଣ୍ଡିଆ ସ୍ୱାଗତ ଜଣାଇବା ସହ ଅତିଥି ପରିଚୟ ପ୍ରଦାନ କରି ସଭା କାର୍ଯ୍ୟ ଅନୁଷ୍ଟିତ କରିଥିଲେ ।ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସାମାଜିକ କର୍ମୀ ଅରୁଣ କୁମାର ଖୁଆସ ଶିଶୁ ସୁରକ୍ଷା ସମ୍ବନ୍ଧୀୟ ଆଇନ୍, ବିଧି ବ୍ୟବସ୍ଥା, ବାଳିକା ସଶକ୍ତିକରଣ, ପୋକ୍ସୋ, ବାଲ୍ୟ ବିବାହ ନିରୋଧ ଆଇନ, ଶିଶୁ ଶ୍ରମିକ ଆଇନର ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ । ଲିଙ୍ଗ ନିରୂପଣ ନିରୋଧ ଆଇନ କାନୁନ ଉପରେ କଠୋର ଦଣ୍ଡ ବ୍ୟବସ୍ଥା ଉପରେ ଜନାଇଥିଲେ । ଶିଶୁ ସହାୟତା ସେବା କେନ୍ଦ୍ର ପାଇଁ ଥିବା ଅଭିଯୋଗ ଉପରେ ଟୋଲ ଫ୍ରି ହେଲ୍ପଲାଇନ ବାରା ୧୦୯୮ ରେ ଅସହାୟ ଅବସ୍ଥାରେ ଥିବା ଶିଶୁଙ୍କୁ ଉଦ୍ଧାର କରାଯାଇ ଶିଶୁର ଯତ୍ନ, ସୁରକ୍ଷା ଓ ଥଇଥାନ ଉପରେ ସଚେତନତା କରିଥିଲେ । ମହିଳା ହେଲ୍ପଲାଇନ ୧୮୧ ରେ ଅସହାୟ ଅବସ୍ଥାରେ ଥିବା ମହିଳାଙ୍କୁ ସହଯୋଗ କରିବାର ବ୍ୟବସ୍ଥା ସଂପର୍କରେ ଅବଗତ କରିଥିଲେ ।ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟରେ ଅବସ୍ଥାପିତ ଥିବା ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି ଆଶୀର୍ବାଦ ଯୋଜନା, ଗ୍ରୀନ୍ ପାସେଜ୍ ସାର୍ଟିଫିକେଟ, ଯଶୋଦା ଯୋଜନା, ପୃଷ୍ଠପୋଷକତା ରାଶୀ, ସୁଦକ୍ଷା ଯୋଜନା ଉପରେ କନ୍ୟା ସନ୍ତାନ ମାନଙ୍କ ପାଇଁ ଆଇଟିଆଇ, ପଲିଟେକନିକ୍ କଲେଜରେ ବିଭିନ୍ନ ବିଷୟ ଉପରେ ବୈଷୟିକ ଶିକ୍ଷା ପାଠ୍ୟକ୍ରମ ଅତି କାମ ଖର୍ଚ୍ଚରେ ପାଠ ପଢି ପାରିବାର ସୁଯୋଗ ସୃଷ୍ଟି କରିବା ପାଇଁ ବ୍ୟବସ୍ଥା ଥିବାରୁ ଅଧିକରୁ ଅଧିକ ଗରିବ ଶ୍ରେଣୀର ଝିଅ ମାନେ ପାଠ ପଢି ସ୍ୱାବଲମ୍ବୀ ହୋଇପାରିବେ ବୋଲି ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଚାଇଲ୍ଡ ହେଲ୍ପଲାଇନର ଡୋଲି ସାହୁ, ଶୁଭମ୍ ଜେନା, ସୁନ୍ଦର ସାଏ ବାଲାଜୀ କଲେଜର ହଷ୍ଟେଲର ପଛ ପଟେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ବାଲାଜୀ କଲେଜର ଛାତ୍ରୀମାନେ ବାଲାଜୀ କଲେଜର ସଂସ୍ଥାପକ କୈଳାଶ ଅଗ୍ରୱାଲଙ୍କ ଉପସ୍ଥିତିରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା ।

Leave A Reply

Your email address will not be published.