ଲେଖକ ବାଉରିବନ୍ଧୁ ଲେଙ୍କାଙ୍କ ଅନୁଦିତ ପୁସ୍ତକ ରଘୁବଂଶ ମହାକାବ୍ୟ ଲୋକାର୍ପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଅନୁବାଦ ଦୁଇଟି ଭାଷା ମଧ୍ୟରେ ସେତୁ ଭାବରେ କାମ କରିବା ସହ ଉଭୟ ଭାଷା ମଧ୍ୟରେ ସମ୍ପର୍କକୁ ସୃଦୃଢ଼ କରେ କୋଠାଘର ଆମ ସାହିତ୍ୟ ପରିବାର ସୌଜନ୍ୟରୁ କୋଠାଘର ପ୍ରକାଶନୀରେ ପ୍ରସ୍ତୁତ ଲେଖକ ବାଉରିବନ୍ଧୁ ଲେଙ୍କାଙ୍କ ଦ୍ୱାରା ଅନୁଦିତ ପୁସ୍ତକ ରଘୁବଂଶ ମହାକାବ୍ୟ ବିଶିଷ୍ଟ ସାହିତ୍ୟିକ, ସମାଜସେବୀ, ପ୍ରଫେସର ନିତ୍ୟାନନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଏବଂ କୋଠଘର ପ୍ରତିଷ୍ଠାତା, ସମ୍ପାଦିକା ତଥା ପ୍ରକାଶିକା ଅମ୍ବିକା ସ୍ୱାଇଁଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପ୍ରଖ୍ୟାତ ଭାଷାବିତ ପଦ୍ମଶ୍ରୀ ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକ, ସମ୍ମାନିତ ଅତିଥି ବିଶିଷ୍ଟ ନାଟ୍ୟକାର ଉଦୟନ ସୂପକାରଙ୍କ କରକମଳରେ ଉନ୍ମୋଚିତ ହୋଇ ଯାଇଛି । ସଂସ୍କୃତରୁ ଓଡ଼ିଆରେ ଅନୁବାଦ ପୁସ୍ତକଟିର ଚମତ୍କାର ସମୀକ୍ଷା କରିଥିଲେ ବିଶିଷ୍ଟ ଭାଷା ବିଜ୍ଞାନୀ ଡଃ ଦେବାଶିଷ ମହାପାତ୍ର । କଣ୍ଠଶିଳ୍ପୀ ତଥା ଗବେଷିକା ଡଃ ହିମାଦ୍ରୀ ତନୟା ମିଶ୍ର ସ୍ଵାଗତ ସଙ୍ଗୀତଗାନ କରିବା ସହିତ ମଞ୍ଚ ପରିଚାଳନା କରିଥିଲେ । ଲେଖକ ବାଉରିବନ୍ଧୁ ଲେଙ୍କା ଲେଖକୀୟ ଅଭିବ୍ୟକ୍ତି ପ୍ରଦାନ କରିଥିଲେ । କୋଠଘର ସଦସ୍ୟ କବି ଡଃ ପ୍ରତାପ ରଞ୍ଜନ ମହାନ୍ତି , ଡଃ ଶଶୀଭୂଷଣ ମହାପାତ୍ର କବି ପୂର୍ଣ୍ଣ।ନନ୍ଦ ମହାନ୍ତି, ଗୋଲକ ବିହାରୀ ନାୟକ, ଅଲେଖ ରାଉତ, ଲୋପାମୁଦ୍ରା ଜେନା, ଜୟ ନାରାୟଣ ନନ୍ଦ, ରାଜଶ୍ରୀ ନନ୍ଦ, ଆଶାଲତା ଦୀକ୍ଷିତ, ମଧୁସ୍ମିତା ଶା, ମନୋରମା, ଶାନ୍ତିଲତା ପଲାଇ , ମମତା ଦାଶ , ପ୍ରଭାତ ବେହେରା ଇତ୍ୟାଦି ଉପସ୍ଥିତ ଥିଲେ । ପରିଶେଷରେ କବି ଅରୁଣ କୁମାର ବିଶ୍ୱାଳ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.