ପାଟଣାଗଡ, (କେପିଏନ୍ଏସ୍) : ପାଟଣାଗଡ ସହର ଅନ୍ତର୍ଗତ ବାବାଜୀପଡା ଠାରେ କୋଶଲି ସାହିତ୍ୟ ଅନୁଷ୍ଠାନ କୋଶଲି ଡେରା ପାଟଣାଗଡ ତରଫରୁ କୋଶଲି ଭାଷାର ଜନକ ପ୍ରୟାଗଦତ୍ତ ଯୋଷୀ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏ ଅବସରରେ ଅନୁଷ୍ଠାନର ଆବାହକ ସନ୍ତୋଷ କୁମାର ଦାଶ ପ୍ରଦୀପ ପ୍ରଜ୍ୱଳନ କରିଥିଲେ ଏବଂ ସଭାପତି ଭକ୍ତବନ୍ଧୁ ବିଶ୍ୱାଲ, ସଂପାଦକ ଲାଲଟନ ବଗର୍ତ୍ତୀ, କାର୍ଯ୍ୟକାରୀ ସଦସ୍ୟ ଶାନ୍ତନୁ କୁମାର ବୁଦ୍ଧିଆ ତଥା କ୍ଷୀରୋଦ୍ର କୁମାର ସାହୁ ଉପସ୍ଥିତ ଥିଲେ । କୋଶଲି ଭାଷାକୁ ଏକ ସ୍ୱତନ୍ତ୍ର ଭାଷା ଭାବରେ ପ୍ରୟାଗଦତ୍ତ ଯୋଷୀ ଉପସ୍ଥାପନ କରି ଏ ଅଞ୍ଚଳର ଭାଷା ସଂସ୍କଂତିକୁ ସମୃଦ୍ଧ କରିଥିଲେ ବୋଲି ସମସ୍ତେ ମତ ଦେଇଥିଲେ । ଏ ଅବସରରେ ଆଗାମୀ ବାର୍ଷିକ ଉତ୍ସବ ମାର୍ଚ୍ଚ ୩୦ ତାରିଖରେ କରାଯିବା ପାଇଁ ସ୍ଥିରୀକୃତ ହେଲା । ଶେଷରେ ଭକ୍ତବନ୍ଧୁ ବିଶ୍ୱାଲ ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post