ଚିତ୍ରକୋଣ୍ଡା : ପାଠପଢି ଭବିଷ୍ୟତ ଗଢିବାକୁ ଆସିଥିବା ନିରୀହ ଛାତ୍ରୀ ହେଲେ ମାଆ । ଗୋଟିଏ ସନ୍ତାନକୁ ଜନ୍ମ ଦେଇଛି ନାବାଳିକା ଛାତ୍ରୀ । ଶିକ୍ଷାର ମନ୍ଦିର କୁହାଯାଉଥିବା ବିଦ୍ୟାଳୟରେ ନିରୀହ ଆଦିବାସୀ ଛାତ୍ରୀ ପିଲା ଜନ୍ମ କରିବା ଘଟଣା ଚକିତ କରିଛି । ଚିତ୍ରକୋଣ୍ଡା ଅନୁସୂଚିତ ଜାତି ଜନଜାତି ବିଦ୍ୟାଳୟରେ ଘଟିଛି ଏହି ଘଟଣା ଘଟିଛି । ୧୦ ଶ୍ରେଣୀର ଜଣେ ଛାତ୍ରୀ ଗର୍ଭବତୀ ଥିବା ବେଳେ ପରୀକ୍ଷା ଦେଇ ସ୍କୁଲ ହଷ୍ଟେଲକୁ ଫେରିବା ପରେ ଜନ୍ମ କରିଛନ୍ତି ପିଲା । ହେଲେ ସ୍କୁଲ ଚାରି କାନ୍ଥ ଭିତରେ ଏହିଭଳି ଲଜ୍ୟା ଜନକ ଘଟଣା କେମିତି ଘଟିଲା ତାକୁ ନେଇ ଉଠିଛି ପ୍ରଶ୍ନ । ସୂଚନା ଅନୁସାରେ ସୋମବାର ଦଶମ ଶ୍ରେଣୀର ଇଂରାଜୀ ବିଷୟର ପରୀକ୍ଷା ଦେଇଥିଲେ ଛାତ୍ରୀ ଜଣକ । ଛାତ୍ରୀଙ୍କ ବାପା କହିବା ଅନୁଯାୟୀ, ସ୍କୁଲର ଜଣେ ମ୍ୟାଡମ୍ ଫୋନ୍ କରି ଝିଅ ସ୍କୁଲରୁ ନିଖୋଜ ଥିବା ବିଷୟରେ କହିଥିଲେ । ଖବର ଶୁଣି ତୁରନ୍ତ ଛାତ୍ରୀଙ୍କ ବାପା, ମା, କିଛି ଗାଁ ଲୋକେ ମିଶି ଚିତ୍ରକୋଣ୍ଡା ପହଞ୍ଚିଥି ଝିଅଙ୍କ ବିଷୟରେ ପଚାରିବାରୁ ଝିଅ ଜଣକ ଗୋଟାଏ ଛୁଆ ଜନ୍ମ କରିଥିବା ସ୍କୁଲ କର୍ତ୍ତୃପକ୍ଷ କହିଥିଲେ । ଛାତ୍ରୀଙ୍କ ବାପା କହିବାନୁସାରେ ଆଜିକୁ ବର୍ଷେ ପର୍ଯ୍ୟନ୍ତ ଝିଅ ଘରକୁ ଯାଇନାହିଁ । ଏବଂ ଏହିଭଳି ଘଟଣା ସମ୍ପର୍କରେ କେବେ ମଧ୍ୟ ଝିଅ ପରିବାରଙ୍କ ସହ କୌଣସି ଆଲୋଚନା କରିନାହିଁ । ଏହି ଘଟଣା ସଂପର୍କରେ ସ୍କୁଲ ଦାୟିତ୍ଵରେ ଥିବା ପ୍ରଧାନଶିକ୍ଷକଙ୍କୁ ପଚାରିବାରୁ ମୁଁ ଏହି ସଂପର୍କରେ ଅବଗତ ନାହଁ ବୋଲି କହିଛନ୍ତି ।