ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକର ୭ଟି ସେଣ୍ଟରରେ ୨୩ଟି ଉଚ୍ଚ ବିଦ୍ୟାଳୟର ୧୦୧୪ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୦୦୬ ମାଟ୍ରିକ ବୋର୍ଡ ପରୀକ୍ଷା ଦେଇଥିବା ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ଲକ୍ଷ୍ମଣ ପ୍ରଧାନ ସୂଚନା ଦେଇଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ କଇନଗରୀ ରାଧାକାନ୍ତ ହାଇସ୍କୁଲରେ ୧୨୮ଜଣ, ସରକାରୀ ବାଳିକା ନୋଡାଲ ହାଇସ୍କୁଲରେ ୧୧୯ ଜଣ, ବେରବୋଇ ସରକାରୀ ହାଇସ୍କୁଲରେ ୯୪ଜଣ , ମହତାବ ହାଇସ୍କୁଲରେ ୧୮୨ ଜଣ, ଘୋରଡ଼ିଆ ନୋଡାଲ ହାଇସ୍କୁଲରେ ୧୫୫ ଜଣ, ବିଶ୍ୱନାଥ ଦେବ ଉଚ୍ଚ ବିଦ୍ୟାପୀଠରେ ୧୫୫ ଜଣ, ସୋମନାଥ ଦେବ ଉଚ୍ଚ ବିଦ୍ୟାପୀଠ, ହରିରାଜପୁରରେ ୧୮୧ଜଣ ପରୀକ୍ଷାର୍ଥୀ ସମୁଦାୟ ୧୦୧୪ ଜଣ ବୋର୍ଡ଼ ପରୀକ୍ଷାର୍ଥୀ ଦେବାକୁ ଥିବାବେଳେ ୧୦୦୬ ପରୀକ୍ଷା ଦେଇଥିଲେ । ୮ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ । ମାଟ୍ରିକ ବୋର୍ଡ ପରୀକ୍ଷାରେ ସ୍ୱଚ୍ଛତା ଓ କପି ବନ୍ଦ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି ଜିଲ୍ଲା ଶିକ୍ଷା ବିଭାଗ । ସବୁ ସେଣ୍ଟରରେ ସି ସି କ୍ୟାମେରା ଲାଗିଥିବା ବେଳେ ସମସ୍ତ ସେଣ୍ଟର ପାଇଁ ଜଣେ ଜଣେ ପରୀକ୍ଷା ନୀରିକ୍ଷକ ରହିବେ । ପ୍ରଶ୍ନ ପତ୍ର ଖୋଲିବା ଠାରୁ ଖାତା ସିଲ୍ ପର୍ଯ୍ୟନ୍ତ ଏହି ନୀରିକ୍ଷକଙ୍କ ଉପସ୍ଥିତିରେ ହେବାକୁ ଥିବା ବେଳେ ସରକାରୀ ବାଳିକା ହାଇସ୍କୁଲକୁ ନୋଡାଲ ସେଣ୍ଟର କରାଯାଇଛି ବୋଲି ବିଭାଗୀୟ ସୂତ୍ରରୁ ଜଣା ପଡ଼ିଛି ।