ମହାକୁମ୍ଭରେ ବୁଡ଼ ପକାଇବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ତ୍ରିବେଣୀରେ ଆସ୍ଥାର ବୁଡ଼ ପକାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିପାଇଁ ଭୁବନେଶ୍ୱରରୁ ପ୍ରୟାଗରାଜ ଅଭିମୁଖେ ଯାତ୍ରା କଲେ ସିଏମ୍ । ଦିନ ୧୧ଟା ୩୦ରେ ତ୍ରିବେଣୀ ସଙ୍ଗମରେ ପବିତ୍ର ସ୍ନାନ କରିବେ । ରବିବାର ପ୍ରୟାଗରାଜରେ ରହିବେ । ସୋମବାର ଅଯୋଧ୍ୟା ରାମମନ୍ଦିର ଯାଇ ରାମଲାଲାଙ୍କ ଦର୍ଶନ କରିବେ । ପରେ ବାରଣାସୀ ଯିବେ । ସେଠାରେ ରାତ୍ରିଯାପନ କରିବେ । ମୁଖ୍ୟମନ୍ତ୍ରୀ ମଙ୍ଗଳବାର ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିବେ ।

Leave A Reply

Your email address will not be published.