କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ କାର୍ ଦୁର୍ଘଟଣା

କୋଲକାତା : ପୂର୍ବତନ ଭାରତୀୟ କ୍ରିକେଟର ତଥା ଅଧିନାୟକ ସୌରଭ ଗାଙ୍ଗୁଲିଙ୍କର କାର୍ ଦୁର୍ଘଟଣା । ଅଳ୍ପକେ ବର୍ତ୍ତିଗଲେ ଦାଦା । ସୌରଭ ଗାଙ୍ଗୁଲି ବର୍ଦ୍ଧମାନର ଏକ ବିଶ୍ୱ ବିଦ୍ୟାଳୟରେ ସାମିଲ ହେବାକୁ ଯାଉଥିଲେ । ଏହି ସମୟରେ ଦୁର୍ଗାପୁର ଏକ୍ସପ୍ରେସୱେ ଦାଦୁପୁର ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ସୌରଭଙ୍କ କାରକୁ ଧକ୍କା ଦେଇଥିଲା । ସୌଭାଗ୍ୟବଶତଃ ଗାଙ୍ଗୁଲିଙ୍କର କିଛି କ୍ଷତି ହୋଇନାହିଁ । ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି । ତାଙ୍କ କାର୍ ଡ୍ରାଇଭର ନିୟନ୍ତ୍ରଣ ରଖି ବ୍ରେକ୍ ମାରିଥିଲେ । ଏହା ପରେ ପଛକୁ ପଛ ଥିବା ଗାଡି ଗାଙ୍ଗୁଲିଙ୍କର କାର୍ ସହ ପିଟି ହୋଇଯାଇଥିଲା । ଯଦିଓ ଦୁର୍ଘଟଣାରେ ଗାଙ୍ଗୁଲିଙ୍କର କିଛି ହୋଇନାହିଁ ମାତ୍ର ତାଙ୍କ କାରର କ୍ଷତି ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.