୮୦ ଭାଗ ସ୍ଥାୟୀ ଶାରୀରିକ ଭିନ୍ନକ୍ଷମ ହୋଇ ବି ମିଳୁନି ୩୫୦୦ ଟଙ୍କା ଭତ୍ତା

ଦାରିଙ୍ଗବାଡି : ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ସିଆଙ୍ଗବାଲି ପଞ୍ଚାୟତ ମଣିପୁର ଗ୍ରାମର ରାଧାନାଥ ପ୍ରଧାନ । ଯାହାଙ୍କୁ ୮୦ ଭାଗ ସ୍ଥାୟୀ ଶାରୀରିକ ଭିନ୍ନକ୍ଷମ ନେଇ ଫୁଲବାଣୀ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ ଭିନ୍ନକ୍ଷମ ସାର୍ଟିଫିକେଟ୍‌ ପ୍ରଦାନ କରାଯାଇଛି । ଭତ୍ତା ଯୋଜନାରେ ସରକାରଙ୍କ ଘୋଷଣା ପ୍ରକାରେ ରାଧାନାଥ ମାସକୁ ୩ ହଜାର ୫ ଶହ ଟଙ୍କା ପାଇବାକୁ ଯୋଗ୍ୟ ଥିବା ବେଳେ ସେ ଏବେ ୧୨୦୦ ଟଙ୍କା ହିଁ ପାଉଛନ୍ତି । ସରକାରଙ୍କ ଘୋଷଣା ଘୋଷଣା ବାଟରେ ରହିଥିବା ବେଳେ ଭିନ୍ନକ୍ଷମ ଜଣଙ୍କ ସରକାରୀ ସହାୟତାରୁ ବଞ୍ଚିତ ହୋଇ ରହିଛନ୍ତି । ସେ ନା ଚାଲିକି କୁଆଡେ ଯାଇ ପାରୁଛନ୍ତି ନା କଣ କରି ପାରୁଛନ୍ତି । ଖାଲି ଯେ ସରକାରୀ ଭତ୍ତା ନୁହଁ ବରଂ ଆଜି ପର୍ୟ୍ୟନ୍ତ ସେ ଭଙ୍ଗା ଘରେ ରହୁଥିବା ବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଟିଏ ମଧ୍ୟ ମିଳିପାରିନାହିଁ । ଅଞ୍ଚଳବାସୀ ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ରାଧାନାଥଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବାକୁ ଦାବି ହୋଇଛି ।

Leave A Reply

Your email address will not be published.