oom

ଡମ୍ବରୁଧର ଭୋଇଙ୍କ ପରଲୋକ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ଗାଈବାହାଲ ଗାଁର ଡମ୍ବରୁଧର ଭୋଇ (୫୬)ଙ୍କ ବୁଧବାର ରାତି ପ୍ରାୟ ସାଢେ଼ ୯ ଘଣ୍ଟାରେ ଦେହାନ୍ତ ହୋଇଯାଇଛି । ତାଙ୍କ ଶେଷ ସମୟରେ ମାଁ ଗୌରୀ, ସ୍ତ୍ରୀ ଭୂମିସୂତା ସହ ୩ ପୁଅ ଭିକୁ, ବିକାଶ ଓ ରୀକୁ ଉପସ୍ଥିତ ଥିଲେ । ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଦେଓଗାଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଏହି ଖବର ପାଇ ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ, ପୂର୍ବତନ ବିଡିସିସି ସଭାପତି ସୁଶିଲ ଚାନ୍ଦ, କୁତୁର୍ଲା ପେକ୍ସ ସଭାପତି ନୀଳାମ୍ବର ପାଣିଗ୍ରାହୀ, ଯୁବନେତା ଶୈଲେନ୍ଦ୍ର ସାହୁ, କୁମୁଦ ପୋଢ଼, ଶିବରାମ ବିଶ୍ଵାଳ, ବ୍ୟାଙ୍କ ଅଧିକାରୀ ଶିରୋମଣି ସାହୁ, ବିଭୂତି ଭୂଷଣ ମିଶ୍ର, ସନ୍ତୋଷ ପଧାନ ପ୍ରମୁଖ ଶୋକାକୁଳ ପରିବେଶରେ ଉପସ୍ଥିତ ରହିଥିଲେ । ଗୁରୁବାର ସକାଳେ ସୋନଗଡ ନଦୀ କୂଳରେ ଶେଷକୃତ୍ୟ କରାଯାଇଥିବା ବେଳେ ଜ୍ୟେଷ୍ଠ ପୁଅ ଭୀକୁ ମୁଖାଗ୍ନୀ ଦେଇଥିଲେ ।

jittmm
Leave A Reply

Your email address will not be published.