oom

ହଳଦୀ ଜୟ ଡଙ୍ଗରବୁଢ଼ା ଫୁଟବଲ୍ ପ୍ରତିଯୋଗିତା ଉଦ୍‌ଘାଟିତ

jsmm
  • ତୁର୍ଲାକୁ ହରାଇ ହଳଦୀ ସେମିରେ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ହାଇସ୍କୁଲ ଖେଳ ପଡ଼ିଆରେ ମଙ୍ଗଳାବର ଜୟ ଡଙ୍ଗରବୁଢ଼ା ଫୁଟବଲ କପ ଉଦ୍‌ଘାଟିତ ହୋଇଯାଇଛି । ପ୍ରଥମ ଦିବସ ଖେଳରେ ହଳଦୀ ଇବିଏଫଏ ଦଳ ଓ ତୁର୍ଲା ଏଫସି ଦଳ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏଥିରେ ହଳଦୀ ଦଳ ୩-୨ଗୋଲରେ ତୁର୍ଲା ବିପକ୍ଷରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ କରିଥିଲା । ଆଜିକାର ପ୍ରଥମ ଦିବସ ଖେଳରେ ମୁଖ୍ୟ ଅତିଥି ଭାବେ ହଳଦୀ ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ଟୁନାମଣି ମହାନନ୍ଦ, ସମ୍ମାନିତ ଅତିଥି ଭାବେ ପୂର୍ବତନ ସରପଞ୍ଚ ହୃଷୀକେଶ ବାଗ, ବରିଷ୍ଠ ଖେଳାଳି ବଳରାମ ସା, ଶିକ୍ଷକ ସୁବାସ ଚନ୍ଦ୍ର ପଟ୍ଟନାୟକ, ବରିଷ୍ଠ ଫୁଟବଲ ଖେଳାଳି କୃତିକର ହାତୀ, ହିମାଂଶୁ ହାତୀ ପ୍ରମୁଖ ଯୋଗ ଦେଇଥିଲେ । ଆଜିକାର ଖେଳକୁ ରେଫରୀ ଆଶୀର୍ବାଦ ସା, ସହଯୋଗୀ ରେଫରି ଆଶିଷ ଦେବ ସା, ଅଶ୍ଵିନୀ ଭୁକ୍ତା ଓ ପ୍ରତାପ ଭୁକ୍ତା ପରିଚାଳନା କରିଥିଲେ । ଏଥିରେ ଆୟୋଜକ କମିଟିର ସମସ୍ତ ସଦସ୍ୟଙ୍କ ସହ ହଳଦୀ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ।

jittmm
Leave A Reply

Your email address will not be published.