oom

ଜିଲ୍ଲା ସ୍ତରୀୟ ସ୍ୱତନ୍ତ୍ର ଋଣମେଳା ଏବଂ ଆର୍ଥିକ ସ୍ୱାକ୍ଷରତା କାର୍ଯ୍ୟକ୍ରମ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଆର୍‌ଆଇଟିଇ ବଲାଙ୍ଗିର ଠାରେ ନାବାର୍ଡ, ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଏବଂ ବିଡିସିସି ବ୍ୟାଙ୍କ ମିଳିତ ସହଭାଗିତାରେ ଏକ ସ୍ୱତନ୍ତ୍ର ଋଣମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସିଜିଏମ୍‌ ନାବାର୍ଡ ଡ.ସୁଧାଂଶୁ କେକେ ମିଶ୍ର, ଡିଜିଏମ୍‌ ନାବାର୍ଡ କମଳକାନ୍ତ ପଟ୍ଟନାୟକ, ଅଧ୍ୟକ୍ଷ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ସୂର୍ଯ୍ୟକାନ୍ତ ଦାଶ, ଡିଡିଏମ୍‌ ନାବାର୍ଡ ଡ. ବିବେକ କୁମାର ନାୟକ, ବିଡିସିସି ବ୍ୟାଙ୍କ ସଭାପତି ସ୍ମାରକ ରଂଜନ ମିଶ୍ର, ଏମ୍‌ଡିସିଓ ବିଡିସିସି ହରିଶ ଦାଶ , ଏଲ୍‌ଡିଏମ୍‌ ବଲାଙ୍ଗିର ପ୍ରଶାନ୍ତ କୁମାର ବେହେରା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଋଣମେଳାରେ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ତରଫରୁ ଏଫ୍‌ପିଓ ୪୨ଟି ଋଣ ୧ କୋଟି ୫୩ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଥିଲା । ବିଡିସିସି ବଲାଙ୍ଗିର ଦ୍ୱାରା ୨୨୦ ଗୋଟି ଋଣ ୨ କୋଟି ୭୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା ଓ ଅନ୍ୟାନ୍ୟ ବ୍ୟାଙ୍କମାନଙ୍କ ଦ୍ୱାରା କ୍ଷୁଦ୍ର ବ୍ୟବସାୟ, ସ୍ୱୟଂ ସହାୟକ ଗୋଷ୍ଠି, ଏଫ୍‌ପିଓ ଫାଇନାନ୍ସ, କୃଷି ଋଣ ୨୬୨ଟି ୪ କୋଟି ୨୩ ଲକ୍ଷ ଟଙ୍କା ବିଭିନ୍ନ ହିତାଧିକାରୀମାନଙ୍କୁ ଚେକ୍‌ ପ୍ରଦାନ କରାଯାଇଥିଲା । ଏହି ଋଣମେଳା ଦ୍ୱାରା ବଲାଙ୍ଗିର ଜିଲ୍ଲାର କ୍ଷୁଦ୍ର ବ୍ୟବସାୟ, ମହିଳା ସ୍ୱୟଂ ସହାୟକ ଗୋଷ୍ଠି ଏବଂ କୃଷକମାନେ ବହୁତ ମାତ୍ରାରେ ଉପକୃତ ହେଲେ । ଉକ୍ତ ସଭାରେ ବଲାଙ୍ଗିର ଜିଲ୍ଲାର ସମସ୍ତ ବ୍ଲକରୁ ଉପସ୍ଥିତ ଥିବା ଅଗ୍ରଣୀ ଚାଷୀ ଭାଇ ଓ ଭଉଣୀମାନଙ୍କୁ ସମ୍ମାନିତ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା । ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ସମସ୍ତ ସୁବିଧା କିପରି ଲୋକାଭିମୁଖି ହୋଇ ପାରିବ ସଭାରେ ବିସ୍ତୃତ ଭାବେ ଆଲୋଚନା କରାଗଲା । ଏହି ଋଣ ସହାୟତାକୁ ଉପଯୋଗ କରି ମହିଳାମାନେ କିପରି ଆତ୍ମ ନିର୍ଭରଶୀଳ ହେବେ ଓ ପରିବାରର ଅର୍ଥିକ ମାନଦଣ୍ଡ ଉନ୍ନତି କରିବେ ସେଥି ପାଇଁ ନାବାର୍ଡ ଏବଂ ଗ୍ରାମୀଣ ଅଂଚଳରେ ଥିବା ବ୍ୟାଙ୍କ ଗୁଡିକ ସଦା ତତ୍ପର ରହିବା ପାଇଁ ଉକ୍ତ ସଭାରେ ନାବାର୍ଡର ସିଜିଏମ୍‌ ଦର୍ଶାଇଥିଲେ । ବଲାଙ୍ଗିରର କଳାକାରମାନଙ୍କ ଦ୍ୱାରା ଏକ ଲଘୁ ନାଟକ ସାମାଜିକ ସୁରକ୍ଷା, ସରକାରୀ ଯୋଜନା ଏବଂ ଡିଜିଟାଲ ଆର୍ଥିକ ସ୍ୱାକ୍ଷରତା ଓ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଏହି ସଭାରେ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ଆଂଚଳିକ ପ୍ରବନ୍ଧକ ସୂର୍ଯ୍ୟକାନ୍ତ ସାହୁ, ସ୍ମୃତି ରଂଜନ ମିଶ୍ର, କମଲ ଲୋଚନ ପଟେଲ, ମନୋରଂଜନ ସ୍ୱାଇଁ, ମୁକେଶ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.