oom

ଡେଲାଙ୍ଗ ବ୍ଲକସ୍ତରୀୟ ୧୪ତମ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସମ୍ମିଳନୀ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଘୋରଡ଼ିଆ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଶନିବାର ଡେଲାଙ୍ଗ ବ୍ଲକସ୍ତରୀୟ ୧୪ତମ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସମ୍ମିଳନୀ ସଭାରେ ମଣ୍ଡଳ ସହ ଶିକ୍ଷାଧିକାରୀ ଲକ୍ଷ୍ମଣ ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ଘୋରଡ଼ିଆ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ଦାଶ ଅତିଥି ପରିଚୟ ପ୍ରଦାନ ସହ ସ୍ୱାଗତ ଜଣାଇଥିଲେ । ଏଥିରେ ଡିଏନ୍‌ଓ ପୂର୍ଣ୍ଣଚନ୍ଦ୍ର ସାହୁ, ମେଣ୍ଟର ସନ୍ତୋଷ କୁମାର କୁଣ୍ଡଙ୍କ ସମେତ ବ୍ଲକର ବିଭିନ୍ନ ବିଦ୍ୟାଳୟର ୨୪ ଜଣ ପ୍ରଧାନଶିକ୍ଷକ/ପ୍ରଧାନ ଶିକ୍ଷୟିତ୍ରୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ଆପାର ଆଇଡି ପ୍ରସ୍ତୁତି, ଖାନ ଏକାଡେମୀ, ଉତ୍କର୍ଷ ପରୀକ୍ଷା ଓ ତାର ମୂଲ୍ୟାୟନ, ପଞ୍ଚସଖା ଶିକ୍ଷାସେତୁ, ବିଦ୍ୟାଳୟରେ ଆଲୁମିନ ସଂଶ୍ଲିଷ୍ଟ ଏବଂ ଛାତ୍ରଛାତ୍ରୀ ମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ । ସୋମନାଥ ଦେବ ବିଦ୍ୟାପୀଠ, ହରିରାଜପୁରର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ବୀଣାପାଣି ସେନାପତିଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶେଷରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଡେଲାଙ୍ଗର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସୁରେନ୍ଦ୍ର ନାଥ ସେଠୀ, ଶିକ୍ଷୟିତ୍ରୀ ସୁରଭି ପ୍ରଧାନ, ସୁଶ୍ରୀ ପ୍ରିୟଦର୍ଶିନୀ ମଲ୍ଲିକ, କୁନ୍ତଳା ବିଶ୍ଵାଳ, ଲଷ୍ମୀପ୍ରିୟା ପ୍ରଧାନ, ମମତା ବେହେରା, ଚିତ୍ତରଞ୍ଜନ ରାଉତରାୟ, ଅଜିତ ମହାପାତ୍ର, ସୁକାନ୍ତ ସେଠୀ, ସହଦେବ ମଲ୍ଲିକ, ରାଜେଶ ପ୍ରଧାନ, ସୁରେଶ ରାହୁଳ ଓ ନୀଳାମ୍ବର ନାୟକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.