ମାୟାବର୍ହା ହାଇସ୍କୁଲରେ ବିଦାୟ ସମ୍ବର୍ଦ୍ଧନା ସଭା

  • ମ୍ୟାଟ୍ରିକ ପରୀକ୍ଷାର୍ଥୀ ସୁସ୍ଥ ମନ ଓ ବିଶ୍ୱାସରେ ପରୀକ୍ଷା ଦେବାକୁ ଆଶିର୍ବଚନ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହାର ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ବିଦ୍ୟାଳୟ ଠାରେ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଡଃ. ରବିଚନ୍ଦ୍ର ପାଶୟତଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାର ପ୍ରାରମ୍ଭରେ ନବମ ଶ୍ରେଣୀ ଛାତ୍ରଛାତ୍ରୀମାନେ ବିଦ।ୟୀ ଶିକ୍ଷାର୍ଥୀମାନଙ୍କୁ ଶ୍ରେଣୀ କକ୍ଷରୁ ସଭା କକ୍ଷ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ । ସର୍ବ ପ୍ରଥମେ ଅତିଥିମାନେ ବିଦ୍ୟାଦାତା ଶ୍ରୀ ଗଣେଶଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ପୂଜାର୍ଚ୍ଚନା କରିଥିଲେ । ନବମ ଶ୍ରେଣୀ ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବାବେଳେ ବିଜ୍ଞାନ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ । ହିନ୍ଦୀ ଶିକ୍ଷକ ନନ୍ଦିଘୋଷ ବାରିକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଛାତ୍ରୀ ଜନଣିକା ନାୟକ, ଲିପ୍ସା ଜୁଆଦି, ଅର୍ଚ୍ଚିତା ପ୍ରଧାନ, ରେଖା ବଗର୍ତ୍ତି, ପୂଜାରଣୀ ଦୀପ, ଝରଣା ସାହୁ, ଅନୁପମା କାଣ୍ଡ ଓ ସୁଜିତ୍ ସାହୁ ନିଜ ନିଜ ବକ୍ତବ୍ୟ ରଖିଥିଲେ । ସଭାରେ ତର୍ଭା ବାଳିକା ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ନରେନ୍ଦ୍ର ସାହୁ ଯୋଗଦାନ କରି ବିଦାୟୀ ଛାତ୍ରଛାତ୍ରୀମାନଙ୍କୁ ଭଲ ପାଠପଢି ବଡ଼ ମଣିଷ ହେବାକୁ ଆହ୍ୱାନ ଦେଇଥିଲେ । ବିଦାୟୀ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଜନନିକ। ଓ ସାଥିଙ୍କ ଦ୍ଵାରା ପରିବେଷିତ ବିଦାୟୀ ସଙ୍ଗୀତ ସଭାକୁ ଭାରାକ୍ରାନ୍ତ କରିଦେଇଥିଲା । କାର୍ଯ୍ୟକ୍ରମକୁ ମୀନକେତନ ଦାସ, ସଞ୍ଜୀବ ପୂଜାରୀ, ବିଭୀଷଣ ଖମାରୀ, କିଶୋର ଚନ୍ଦ୍ର ପଟେଲ, ଲିପି ପ୍ରଧାନ, କିରଣ କୁମାର ପଟେଲ ତଥା ଛାତ୍ର ସୁଜିତ୍ ସାହୁ, କ୍ରିଶ ବାଗ, ଶୁଭଶ୍ରୀ ବରିହା,ପୂଜା ମାଝୀ, ପୂଜା ଷଣ୍ଢ, ପ୍ରୀତି ଖର୍ସେଲ, ଅନ୍ତର।ା ଜାଲ, ବିକାଶ ସାହୁ, ଅମିତ୍ ପଟେଲ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସଂସ୍କୃତ ଶିକ୍ଷକ ରାଜୁ ମେହେର ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ ।

Leave A Reply

Your email address will not be published.