୧୪ତମ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ସତ୍ୟସେବା ଉଚ୍ଚ ବିଦ୍ୟାଳୟ କନସିଂହାଠାରେ ପ୍ରଧାନ ଶିକ୍ଷକ ମାନଙ୍କର ୧୪ତମ ମାସିକ ସମୀକ୍ଷା ବୈଠକ ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସମ୍ମାନିତ ଅତିଥି ଭାବରେ ଏବିଇଓ ଶିବପ୍ରସାଦ ଯୋଶୀ ଓ ସାଧନ କର୍ମୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦମପୁରର ପ୍ରଧାନଶିକ୍ଷକ ଗୋପାଲଜୀ ପ୍ରସାଦ ପାଣିଗ୍ରାହୀ ଓ ଜମରତଲା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାଜେଶ ଖମାରୀ ଏବଂ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅରୁଣ ବନିଆ ମଞ୍ଚାସୀନ ଥିଲେ । ସତ୍ୟସେବା ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପାରମ୍ପରିକ ବାଦ୍ୟ ସହ ଫୁଲ ଚନ୍ଦନ ଦେଇ ସମସ୍ତ ପ୍ରଧାନଶିକ୍ଷକ ମାନଙ୍କୁ ସ୍ଵାଗତ କରି ସଭାଗୃହ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ । ସଭା ପ୍ରାରମ୍ଭରୁ ଅତିଥି ମାନଙ୍କ ଦ୍ୱାରା ଗଣେଶ ଓ ମା ସରସ୍ୱତୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ଛାତ୍ରୀ ମାନେ ସୁନ୍ଦର ଭାବରେ ମନ୍ତ୍ର ପାଠ କରିଥିଲେ । ଶିକ୍ଷକ ହରିହର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ଆଗାମୀ ଦଶମ ଶ୍ରେଣୀ ପରୀକ୍ଷାକୁ ସୁପରିଚାଳନା କରିବା ପାଇଁ ସାଧନକର୍ମୀ ଶ୍ରୀ ପାଣିଗ୍ରାହୀ ବିଶଦ ଭାବରେ ଆଲୋଚନା କରିଥିଲେ । ନୂତନ ଭାବରେ ଯୋଗଦାନ କରିଥିବା ଜିଲ୍ଲା ଶିକ୍ଷାଅଧିକାରୀ ବିଶ୍ଵନାଥ ସାହୁଙ୍କ ପ୍ରଦତ୍ତ ନିର୍ଦ୍ଦେଶାବଳୀକୁ ବ୍ଲକ ଶିକ୍ଷାଅଧିକାରୀ ଭୋଇ ପଠନ କରି ଶାନ୍ତି ଶୃଙ୍ଖଳା ସହ ପରୀକ୍ଷା ପରିଚାଳନା କରିବା ନିମନ୍ତେ ନିଜର ଅଭିମତ ରଖିଥିଲେ । ସାଧନକର୍ମୀ ଶ୍ରୀ ଖମାରୀ ଗତ ସମୀକ୍ଷା ବୈଠକର ଅଭିଜ୍ଞତା ବର୍ଣ୍ଣନା କରିବା ସହ ସମୀକ୍ଷା ବୈଠକର ନିର୍ଦ୍ଦେଶାବଳୀକୁ ଆଲୋଚନା କରିଥିଲେ । ମଧ୍ୟାହ୍ନ ଭୋଜନ ପରେ ସମସ୍ତ ପ୍ରଧାନଶିକ୍ଷକ ଉଚ୍ଚ ବିଦ୍ୟାଳୟର ବିଭିନ୍ନ କକ୍ଷକୁ ବୁଲି ନିରୀକ୍ଷଣ କରିବା ସହ ଆହୁରି କିପରି ଉନ୍ନତ କରାଯାଇ ପାରିବ ନିଜନିଜର ମତ ଦେଇଥିଲେ । ପରିଶେଷରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରମୋଦ ନାଥ ଧନ୍ୟବାଦ ଅର୍ପଣ କରିଥିଲେ । ସତ୍ୟସେବା ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.