ଧର୍ମପରାୟଣା ମହିଳାଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ତାଳପାଲିର ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ଟିକେଲାଲ ଦାଶଙ୍କ ଧର୍ମପତ୍ନୀ ସୁମିତ୍ରା ଦାଶଙ୍କ ଗତ ୧୩ ତାରିଖ ଦିନ ପଦ୍ମପୁରରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ସେ ତାଙ୍କ ପଛରେ ପୁତ୍ର ଅଧ୍ୟାପକ ବିଦ୍ୟାଧର ଦାଶ ଓ ଅଧ୍ୟାପକ ଖଗେଶ୍ୱର ଦାଶ, ପୁତ୍ରବଧୂ ସୁନୀତି ଦାଶ, ନାତି ଅଧ୍ୟାପକ ଅଙ୍କିତ କୁମାର ଦାଶ, ଇ. ତାପସ ରଂଜନ ଦାଶ ଓ ନାତୁଣୀ ଶାଶ୍ଵତୀଙ୍କୁ ଛାଡି ଯାଇଛନ୍ତି । ତାଙ୍କର ଶେଷକୃତ୍ୟ ତାଳପାଲି ଶ୍ମଶାନ ଘାଟରେ ଗ୍ରାମବାସୀ ଓ ପରିବାର ପରିଜନମାନଙ୍କ ଉପସ୍ଥିତିରେ ଶୋକାକୁଳ ପରିବେଶରେ ସଂପନ୍ନ ହୋଇଯାଇଛି । ଜ୍ୟେଷ୍ଠପୁତ୍ର ବିଦ୍ୟାଧର ମୁଖାଗ୍ନି ଦେଇଥିଲେ । ସେ ଜଣେ ପରୋପକାରୀ, ଧର୍ମପରାୟଣା ଓ ସଙ୍ଗୀତପ୍ରେମୀ ମହିଳା ଥିଲେ । ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.