ମହାକୁମ୍ଭ ୨୦୨୫ : ପ୍ରୟାଗରାଜ ମେଳାରେ ଏମଆଇବିର ପ୍ରଦର୍ଶନୀର ସମୀକ୍ଷା କଲେ ଡିଜି (ଆକାଶବାଣୀ); ମିଡିଆ ସେଣ୍ଟରରେ ସାମ୍ବାଦିକଙ୍କ ସହିତ ଆଲୋଚନା

ନୂଆଦିଲ୍ଲୀ, (ପିଆଇବି) : ଆକାଶବାଣୀର ମହାନିର୍ଦ୍ଦେଶକ ଡ. ପ୍ରଜ୍ଞା ପାଲିଓ୍ଵାଲ ଗୌର ଆଜି ପ୍ରୟାଗରାଜର ମହାକୁମ୍ଭରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ‘ଜନଭାଗିଦାରୀ ସେ ଜନକଲ୍ୟାଣ’ ଶୀର୍ଷକ ମଲ୍ଟିମିଡିଆ ପ୍ରଦର୍ଶନୀର ସମୀକ୍ଷା କରିଛନ୍ତି । ବିଗତ ୧୦ ବର୍ଷ ମଧ୍ୟରେ ଭାରତ ସରକାରଙ୍କ କାର୍ଯ୍ୟକ୍ରମ, ନୀତି, ଯୋଜନା ଓ ଉପଲବ୍ଧିକୁ ଏହି ପ୍ରଦର୍ଶନୀରେ ପ୍ରଦର୍ଶିତ କରାଯାଇଛି । ଡିଜି ଏହି ଡିଜିଟାଲ ଫଟୋ ପ୍ରଦର୍ଶନୀକୁ ଅତ୍ୟନ୍ତ ଆକର୍ଷଣୀୟ ଏବଂ ସୂଚନାପ୍ରଦ ବୋଲି କହିଛନ୍ତି କାରଣ ଏହା କେନ୍ଦ୍ର ସରକାରଙ୍କ ଲାଭଦାୟକ ଯୋଜନାଗୁଡ଼ିକୁ ପ୍ରଦର୍ଶିତ କରେ । ଏହାବ୍ୟତୀତ ଏଥିରେ ମହାକୁମ୍ଭର ମହତ୍ତ୍ୱ ଏବଂ ଏହାର ଐତିହାସିକ ଗୁରୁତ୍ୱକୁ ଅତ୍ୟନ୍ତ ଆକର୍ଷଣୀୟ ଢଙ୍ଗରେ ଦର୍ଶାଯାଇଛି ବୋଲି ସେ ଉଲ୍ଲେଖ କରିଥିଲେ । ପ୍ରଦର୍ଶନୀକୁ ଆସିଥିବା ପର୍ଯ୍ୟଟକମାନେ ପୁରାଣ ଓ ଆଧୁନିକତାର ଏକ ଆକର୍ଷଣୀୟ ମିଶ୍ରଣର ଅନୁଭବ କରିଥିଲେ । ଏହି ଗସ୍ତ ସମୟରେ ଡକ୍ଟର ଗୌର ପିଏମ୍ ଇଣ୍ଟର୍ଣ୍ଣସିପ୍ ଯୋଜନା, ଏମଆଇବିର ପ୍ରକାଶନ ବିଭାଗ ଏବଂ ଏନଡିଆରଏଫ ସମ୍ପର୍କିତ ଷ୍ଟଲର ସମୀକ୍ଷା କରିଥିଲେ । ଏହା ପୂର୍ବରୁ ଡିଜି ସେକ୍ଟର-୪ ସ୍ଥିତ ଅସ୍ଥାୟୀ ଆକାଶବାଣୀ ଓ ଦୂରଦର୍ଶନ କେନ୍ଦ୍ର ପରିଦର୍ଶନ କରିଥିଲେ । ଆକାଶବାଣୀ ଓ ଦୂରଦର୍ଶନରେ ପ୍ରସାରିତ ହେଉଥିବା ଖବର ବୁଲେଟିନ୍ ଓ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମହାକୁମ୍ଭରେ ଶ୍ରୋତାଙ୍କୁ ମିନିଟ୍ ଟୁ ମିନିଟ୍ ଘଟଣା ସମ୍ପର୍କରେ ଅବଗତ କରାଯାଇଥିଲା ବୋଲି ସେ ସୂଚନା ଦେଇଛନ୍ତି । ଆକାଶବାଣୀର ସ୍ୱତନ୍ତ୍ର ଏଫ୍ଏମ୍ ଚ୍ୟାନେଲ୍ ‘କୁମ୍ଭବାଣୀ’ (ଏଫ୍ଏମ୍ ୧୦୩.୫ ମେଗାହର୍ଜ) ମହାକୁମ୍ଭ ସମ୍ବନ୍ଧୀୟ ସୂଚନା ଆଦାନ ପ୍ରଦାନ ପାଇଁ ବ୍ୟବହୃତ ହେଉଥିଲା । ଏହାବ୍ୟତୀତ ଏଫଏମ ରେଡିଓ ପ୍ରସାରଣକୁ ମହାକୁମ୍ଭରେ ପବ୍ଲିକ ଆଡ୍ରେସ ସିଷ୍ଟମ ସହ ସଂଯୋଗ କରାଯିବା ଦ୍ୱାରା ଶ୍ରଦ୍ଧାଳୁମାନେ ଉପକୃତ ହୋଇଥିଲେ । ଡ. ଗୌର ମେଳା ଅଞ୍ଚଳରେ ଥିବା ମିଡିଆ ସେଣ୍ଟର ପରିଦର୍ଶନ କରିବା ସହ ସାମ୍ବାଦିକମାନଙ୍କ ସହ ଆଲୋଚନା କରିଥିଲେ ଏବଂ ସେମାନଙ୍କୁ ମିଳୁଥିବା ସୁବିଧାର ସମୀକ୍ଷା କରିଥିଲେ ।

Leave A Reply

Your email address will not be published.