csstore

ପୁରେନାରେ ନେଟୱର୍କ ଥାଇ ବି ଠିକ୍ ଭାବରେ ୪ଜି ସେବା ଚାଲୁନି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବରତୁଣ୍ଡା ପଞ୍ଚାୟତ ପୁରେନା ବସଷ୍ଟାଣ୍ଡରେ ଦୀର୍ଘ ଦିନ ଧରି ରହିଛି ଏୟାରଟେଲ ଟାୱାର ହେଲେ ପୁରେନା ବସ୍ତି ଅଞ୍ଚଳକୁ ଠିକ୍ ଭାବରେ ନେଟୱର୍କ ଆସୁଛି ହେଲେ ଠିକ୍ ଭାବରେ ୪ଜି ସେବା ଚାଲୁନି ଯାହା ଫଳରେ ନାହଁ ନଥିବାରେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଉପଭୋକ୍ତା । କିଛି ଜରୁରୀ ସମୟରେ ପୁରେନା ବସ୍ତି ଅଞ୍ଚଳ ଲୋକ ନାହଁ ନଥିବାର ଅସୁବିଧା ସମ୍ମୁଖୀନ ହେଉଛନ୍ତି । ଇଣ୍ଟରନେଟ, ନେଟ ବ୍ୟାଙ୍କିଙ୍ଗ, ପଇସାପତ୍ର ଅନଲାଇନ ମାଧ୍ୟମରେ ପଠାଇ ପାରୁନାହାନ୍ତି । ଏହି ପ୍ରତି ଏୟାରଟେଲ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଶୀଘ୍ର ୪ଜି ରେଞ୍ଜ ବଢ଼ାଇବାକୁ ସାଧାରଣରେ ଦାବି ହେଉଛି ।

jayashree
Leave A Reply

Your email address will not be published.