ସାମୁହିକ ବ୍ରତୋପନୟନ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଦଇତାପତି ସେବାୟତ ନିଯୋଗ ଆବାହକତ୍ୱରେ ସାମୁହିକ ବ୍ରତୋପନୟନ ଉତ୍ସବ କୋଏଲ ନଗର ସ୍ଥିତ ଶ୍ରୀ ଶ୍ରୀ ଆଖଣ୍ଡଳମଣି ଓ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ବ୍ରତୋପନୟନ କାର୍ଯ୍ୟକ୍ରମରେ ରାଉରକେଲା, ବଣେଇ, ଛତିଶଗଡ଼, ଦଳପୋଷ, ଫର୍ଟିଲାଇଜର, ଟିସ୍କୋ, ଝିରପାଣି ଅଞ୍ଚଳର ପ୍ରାୟ ୧୫ ଜଣ ଗରିବ ବ୍ରାହ୍ମଣ ପିଲାଙ୍କର ରୀତିନୀତି ଅନୁଯାୟୀ ବ୍ରତୋପନୟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୂଜକ ଭାବେ ଉପେନ୍ଦ୍ର କୁମାର ନନ୍ଦ, ନିଗମାନନ୍ଦ ପଣ୍ଡା, ସଞ୍ଜୟ ଶତପଥୀ, ଗଣେଶ ଚନ୍ଦ୍ର ଦାଶ, ରୁଦ୍ରପ୍ରତାପ ଶତପଥୀ, ମୀନକେତନ ମିଶ୍ର, ସାମନ୍ତ କୁମାର ଦାଶ, ସୁକାନ୍ତ ପଣ୍ଡା, ମହେଶ୍ୱର ପଣ୍ଡା, ଅନିରୁଦ୍ଧ ପଣ୍ଡା ପ୍ରମୁଖ ଦାୟିତ୍ଵ ତୁଳାଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ କଳିଙ୍ଗ ବୈଶ୍ୟ ସମୃଦ୍ଧି ମହିଳା ସଂଘ, କୋଏଲ ନଗର ମହିଳା ସମିତି, ପୁଷ୍ପାଞ୍ଜଳି କମିଟି ପ୍ରମୁଖ ସହଯୋଗ କରିଥିବାବେଳେ କୋଏଲ ନଗର ଯୋଗ ପରିବାର ତରଫରୁ ପଣା ବଣ୍ଟନ କରାଯାଇଥିଲା । ଶେଷରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବନ୍ଦୋବସ୍ତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମନ୍ଦିରର ପ୍ରାକ୍ତନ ରାଜା ତଥା ପ୍ରଶାସକ ମହେନ୍ଦ୍ର କୁମାର ପଟ୍ଟନାୟକ, ବିଜୟଲକ୍ଷ୍ମୀ ପଟ୍ଟନାୟକ ଓ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ଦଇତାପତି ସେବାୟତ ନିଯୋଗର ଏହି କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.