ଟିଟିଲାଗଡ଼ ସିରିଡ଼ି ସାଇ ସଂସ୍ଥାନର ମନ୍ଦିର ପ୍ରତିଷ୍ଠା ପାଇଁ ବାହାରିଲା କଳସ ଯାତ୍ରା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ନେହେରୁ ନଗର ପଡ଼ା ଠାରେ ନୂତନ ଭାବେ ନିର୍ମିତ ହୋଇଥିବା ସିରିଡ଼ି ସାଇ ମନ୍ଦିରର ପ୍ରତିଷ୍ଠା ହେବାକୁ ଯାଉଛି । ଏହି ଅବସରରେ ସ୍ଥାନୀୟ ମନ୍ଦିର ନିକଟରୁ ଏକ କଳସ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ମନ୍ଦିରକୁ ଯାଇଥିଲା । ଏହି କଳସ ଯାତ୍ରାରେ ଶହ ଶହ ମହିଳା କଳସ ଧରି ନାମ ସଙ୍କୀର୍ତ୍ତନର ତାଳେ ତାଳେ ଝୁମି ଝୁମି ନାଚି ଉଠିଥିଲେ । ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏହି ଆୟୋଜନ କରାଯାଇଥିଲା ।

Leave A Reply

Your email address will not be published.