ବେଆଇନ ପିଚୁ ପ୍ଲାଣ୍ଟକୁ ସିଲ କଲା ପ୍ରଶାସନ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଦୀର୍ଘଦିନରୁ ବେଆଇନ ଭାବେ ଚାଲିଥିବା ଏକ ପିଚୁ ପ୍ଲାଣ୍ଟକୁ ସିଲ କରିଛି ପ୍ରଶାସନ । ଏଭଳି ଏକ ଦୃଶ୍ୟ କଳାହାଣ୍ଡି ଜିଲ୍ଲା ଛତିକୁଡ଼ା ବଂଶଲ ଇନଫ୍ରା ପିଚୁ ପ୍ଲାଣ୍ଟରେ ଦେଖିବାକୁ ମିଳିଛି । ସୂଚନା ମୁତାବକ, ଛତିକୁଡ଼ା ଠାରେ ଥିବା ପିଚୁପ୍ଲାଣ୍ଟ ଦୀର୍ଘ ଦିନ ହେଲା ଚାଲିଥିବାବେଳେ ଏହି ପ୍ଲାଣ୍ଟକୁ ଲିଜରେ ଆଣି ଭବାନୀପାଟଣାର ଜନୈକ ଠିକାଦାର ଚଳାଉଥିଲେ । ଗ୍ରାମବାସୀ ଅଭିଯୋଗ କଲେ ସେମାନଙ୍କୁ ପ୍ଲାଣ୍ଟ କର୍ମଚାରୀ ନାଲି ଆଖି ଦେଖାଉଥିବା ଗ୍ରାମବାସୀ ଅଭିଯୋଗ କରୁଥିଲେ । ଏପରିକି ପ୍ଲାଣ୍ଟକୁ ଲାଗିରହିଥିବା ସରକାରୀ ଜମିକୁ ମଧ୍ୟ ବେଆଇନ ଭାବେ ଜବରଦଖଲ କରିଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇବା ପରେ ପ୍ରଶାସନ ଏକ୍ସନ ମୋଡ଼କୁ ଓହ୍ଲାଇଥିଲା । ଗୁରୁବାର ଭବାନୀପାଟଣା ତହସିଲଦାର ପୋଲିସ ଉପସ୍ଥିତିରେ ପ୍ଲାଣ୍ଟରେ ପହଞ୍ଚି ତଦନ୍ତ କରିଥିଲେ । ସେହି ସମୟରେ ପ୍ଲାଣ୍ଟ ପାଇଁ ଆବଶ୍ୟକୀୟ କାଗଜାତ ଠିକ୍‌ଠାକ୍‌ ନଥିବା ଏବଂ ପ୍ଲାଣ୍ଟ ସଂଲଗ୍ନ ସରକାରୀ ଜମିକୁ ଜବରଦଖଲ କରାଯାଇଥିବା ଜାଣି ପିଚୁ ପ୍ଲାଣ୍ଟକୁ ସିଲ କରିବା ସହ ସରକାରୀ ଜାଗାରେ ରଖିଥିବା ପ୍ଲାଣ୍ଟ ଉପକରଣକୁ ତୁରନ୍ତ ଖାଲି କରିବାପାଇଁ ନିର୍ଦେଶ ଦେଇଛନ୍ତି ।

jittmm
Leave A Reply

Your email address will not be published.