ଅଷ୍ଟମ ବାଟାଲିୟନ ପକ୍ଷରୁ ବେଳାଭୂମି ସ୍ଵଚ୍ଛତା କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଅଲିଭ ରିଡଲେ ସାମୁଦ୍ରିକ କଇଁଚଙ୍କ ସୁରକ୍ଷିତ ଗଣ ଅଣ୍ଡାଦାନକୁ ଦୃଷ୍ଟିରେ ରଖି ଶନିବାର ଛତ୍ରପୁର ଓ ଏସ୍‌ଏପି ଅଷ୍ଟମ ବାଟାଲିୟନ ପକ୍ଷରୁ ବେଳାଭୂମି ସ୍ଵଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶତାଧିକ ହାବିଳଦାର ଓ ସିପାହୀ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ନୂଆଁ ପୋଡ଼ମପେଟା ଠାରୁ ପୁରୁଣା ପୋଡ଼ମପେଟା ମଧ୍ୟରେ ଶ୍ରମଦାନ କରି ବେଳାଭୂମିରେ ପଡିଥିବା ଅଳିଆ ଆବର୍ଜନା ସଫେଇ କରିଥିଲେ । କମାଣ୍ଡେଣ୍ଟ ଶାରଦା ପ୍ରସାଦ ଦାସ, ଡେପୁଟି କମାଣ୍ଡେଣ୍ଟ ଯଶୋବନ୍ତ ସେଠୀ, ସୁବେଦାର ସୁବ୍ରତ ଗୌଡ଼, ହବିଳଦାର ଓ ସିପାହୀ ଶାଖା ସଙ୍ଘ ସଭାପତି ଯଶୋବନ୍ତ ସ୍ୱାଇଁ ପ୍ରମୁଖଙ୍କ ସହ ଅନ୍ୟମାନେ ଉପସ୍ଥିତ ରହିଥିଲେ । ଋଷିକୁଲ୍ୟା କଇଁଚ ସୁରକ୍ଷା ସମିତି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.