ଗଞ୍ଜାମ ବ୍ଲକସ୍ତରୀୟ ଜନ ଶୁଣାଣୀ କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକରେ ଶନିବାର ଦିନ ଏନ୍‌ଜିଏନ୍‌ଆର୍‌ଜିଏସ୍‌ ବ୍ଲକସ୍ତରୀୟ ସାମାଜିକ ଜନ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏବିଡ଼ି ଓ ଭାବାନୀ ଶଙ୍କର ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ଉପ ଜିଲ୍ଲାପାଳ ଶିବାଶିଷ ବରାଳ, ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ବିଡ଼ିଓ ଅଚ୍ୟୁତାନନ୍ଦ ଜାନି, ଜିଲ୍ଲା ସୋସିଆଲ ଅଡିଟର ରବିନ୍ଦ୍ର କୁମାର ମଳାଣ,ଏଇ ସୁଶୀଲ କୁମାର ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ । ମୋଟ ୧୫ ପଞ୍ଚାୟତର ୧୩୮୪ ପ୍ରକଳ୍ପ ମଞ୍ଜୁରି ହୋଇଥିଲା । ସେଥି ମଧ୍ୟରୁ ୩୫୩ଟି ପ୍ରକଳ୍ପ ହାତକୁ ନିଆଯାଇଥିଲା । ମାତ୍ର ୨୪ ପ୍ରକଳ୍ପ ସମ୍ପୂର୍ଣ୍ଣ ସାରିଥିଲା । ଏହି ପ୍ରକଳ୍ପରେ ଯେତକି ପାରିଶ୍ରମିକ ମିଳୁଛି ତାହା ଗୋଟିର ପରିବାର ପ୍ରତିପୋଷଣ ପାଇଁ ପର୍ଯ୍ୟାପ୍ତ ନୁହେଁ । ତେଣୁ ଏହାର ୫୦୦ ଟଙ୍କାକୁ ପାରିଶ୍ରମିକ ବୃଦ୍ଧି କରାଯିବା ନେଇ ମତ ପ୍ରକାଶ ପାଇଥିଲା । ଏହି ପ୍ରକଳ୍ପ ସହ କାର୍ଯ୍ୟ କରୁଥିବା ଅନ୍ୟାନ୍ୟ ଲାଇନ ଡିପାର୍ଟମେଣ୍ଟ ଯଥା ଫରେଷ୍ଟ ବିଭାଗ, ୱାଇଲଡ ଲାଇଫ, ମୃତ୍ତିକା ସଂରକ୍ଷଣ, ଉଦ୍ୟାନ ବିଭାଗ ପ୍ରଭୁତି ବିଭାଗ ଠିକ ଭାବେ କାର୍ଯ୍ୟ କରୁନଥିବା ନେଇ ଅଭିଯୋଗ ହେଇଥିଲା । ଅଭିଯୋଗ ପରେ ଉପସ୍ଥିତ ଥିବା ଅଧିକାରୀ ଏନେଇ ବିଭିନ୍ନ ବିଭାଗିୟ ଅଧିକାରୀଙ୍କୁ ତାଗିତ କରିଥିଲେ । ଏହି ବୈଠକରେ ଜିଲ୍ଲା ପରିଷଦ ସନାତନ ବେହେରା, ସମିତିସଭ୍ୟ ଧ୍ରୁବ ଚରଣ ପଲାଇ, ମାମି ଦାସ, ସରପଞ୍ଚ ସଂଯୁକ୍ତା ପ୍ରଧାନ, ଆର. ଚନ୍ଦନା ରେଡ୍ଡୀ, ରବିନ୍ଦ୍ର ନାଥ ବେହେରା ପ୍ରମୁଖ ଜନ ପ୍ରତିନିଧି ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ । ବ୍ଲକ ତରଫରୁ ବ୍ରଜ ବେହେରାଙ୍କ ସହ ଅନ୍ୟମାନେ ପରିଚାଳନା କରିଥିଲେ ।

Leave A Reply

Your email address will not be published.