oom

ଏକଦିବସୀୟ ଆୟୁର୍ବେଦ ନାଡ଼ି ଚିକିତ୍ସା ଅନୁଷ୍ଠିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ନବ ପ୍ରଭାତ ଗୁରୁକୂଳ ଆଶ୍ରମ ନୂଆପାଲି ଠାରେ ଅମୃତ ସନ୍ଧାନମ୍ ଆନୁକୂଲ୍ୟରେ ପୂର୍ବତନ ମୁଖ୍ୟ ଚିକିତ୍ସକ ପତଞ୍ଜଳି ଯୋଗପୀଠ ହରିଦ୍ଵାରର ବୈଦ୍ୟ ଡଃ ସୁବାଷ ନାୟକଙ୍କ ତତ୍ତ୍ଵାବଧାନରେରେ ଆୟୁର୍ବେଦ ଏକଦିବସୀୟ ନାଡ଼ି ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଡଃ ନାୟକ ରୋଗରୁ ଆରୋଗ୍ୟ ପର୍ଯ୍ୟନ୍ତ ଚିକିତ୍ସାର ନାରା ନେଇ ବିଭିନ୍ନ ପ୍ରକାରର ଅସାଧ୍ୟ ରୋଗ ଗ୍ୟାସ ଏସିଡିଟି, କର୍କଟ, ଯକୃତ, ଯକ୍ଷ୍ମା, ମଧୁମେହ, ବିପି, ସମସ୍ତ ମହିଳା ରୋଗ ତଥା ସ୍ନାୟବିକ ଆଦି ରୋଗର ଚିକିତ୍ସା କରାଯାଇ ଭଗବାନଙ୍କ ଆଶିର୍ବାଦରେ ଆରୋଗ୍ୟ ଲାଭ କରୁଥିବା ସ୍ଵୀକାର କରିଛନ୍ତି । ଆଜିର ଏହି ଶିବିରରେ ସୁଦୁର ଛତିଶଗଡ଼, ନୂଆପଡ଼ା, ବଲାଙ୍ଗିର, ବରଗଡ଼ ଜିଲ୍ଲାର ତଥା ଆଖପାଖ ଅଞ୍ଚଳରୁ ଅନେକ ରୋଗୀ ଚିକିତ୍ସା ପାଇଁ ଆସିଥିଲେ । ଅନେକ ଲୋକ ବର୍ତ୍ତମାନ ଯୁଗରେ ଅସାଧ୍ୟ ରୋଗରେ ଆରୋଗ୍ୟ ଲାଭ କରିଥିବାରୁ ଏହି ଶିବିରକୁ ପ୍ରତ୍ୟେକ ମାସ ପ୍ରଥମ ଶନିବାର ଗୋଟିଏ ଦିନ ବଦଳରେ ମାସକୁ ଦୁଇ ଦିନ ଶୁକ୍ରବାର ଓ ଶନିବାର ଚିକିତ୍ସା ଶିବିର ରଖିବା ପାଇଁଁ ଦୁର୍ବାଦଳ ସାହୁ, ଚୁମକିମୟୀ ସାହୁ, ଦିଲ୍ଲୀପ ପ୍ରଧାନ, ମନ୍ଦାକିନୀ ପ୍ରଧାନ, ଦୀପାଞ୍ଜଳୀ ପ୍ରଧାନ, ଜୀବନ ଶତପଥୀ, ହରିହର ସାହୁଙ୍କ ସମେତ ଅଂଚଳର ଅନେକ ଲୋକ ଡଃ ନାୟକଙ୍କୁ ଅନୁରୋଧ କରିଥିଲେ । ଅନୁରୋଧ କ୍ରମେ ଦୁଇଦିନ ଚିକିତ୍ସା ହେବ ବୋଲି ଡଃ ନାୟକ ସ୍ଵୀକୃତି ପ୍ରଦାନ କରିଥିଲେ । ଦୂରଦୂରାନ୍ତରୁ ଆସୁଥିବା ରୋଗୀମାନଙ୍କ ପାଇଁ ଭୋଜନ ତଥା ପାନୀୟ ଜଳ ବ୍ୟବସ୍ଥା କରାଯାଇଛି । ଆଗାମୀ ଦିନରେ ପୁଣିଥରେ ଲୋକ ମାନେ ଆୟୁର୍ବେଦ ଚିକିତ୍ସା, ଯୋଗ ପ୍ରାଣାୟାମ ବଳରେ ସୁସ୍ଥ ଜୀବନ ଯାପନ କରିପାରିବେ ବୋଲି ଦୃଢେ଼ାକ୍ତି ପ୍ରକାଶ ପାଇଥିଲା ।

jittmm
Leave A Reply

Your email address will not be published.