ସାମ୍ବାଦିକଙ୍କ ମାତୃ ବିୟୋଗ

ଲୋଇସିଂହା, (କେପିଏନ୍‌ଏସ୍‌) : ସାମ୍ବାଦିକ ତଥା ବଲା‌ଙ୍ଗିର ଜି‌ଲ୍ଲା ପେସାଦାର ସାମ୍ବାଦିକ ସଂଘର ସାଧାରଣ ସଂପାଦକ ବିମଳେନ୍ଦୁ ସାହୁଙ୍କ ମା’ ଅମରାବତୀ ସାହୁ(୭୮)ଙ୍କ ଗତ ରାତି ପ୍ରାୟ ୧ଟା ୪୫ମି.ରେ ଲୋଇସିଂହା ନିକଟସ୍ଥ ବୁର୍ଡା ସ୍ଥିତ ତାଙ୍କ ବାସଭବନରେ ଦେହାନ୍ତ ହୋଇଯାଇଛି । କିଛି ଦିନ ହେଲା ସେ ବାର୍ଦ୍ଧକ୍ୟଜନିତ ରୋଗ ଯୋଗୁଁ ଅସୁସ୍ଥ ଥିଲେ । ବିଜୟ କୁମାର ସାହୁଙ୍କ ଧର୍ମପତ୍ନୀ ଶ୍ରୀମତୀ ଅମରାବତୀ ସାହୁ ଜଣେ ଧର୍ମପରାୟଣା, ପରୋପକାରୀ ତଥା ମେଳାପୀ ମହିଳା ଭାବେ ସ୍ଥାନୀୟ ଅଂଚଳରେ ବେଶ୍‌ ଜଣାଶୁଣା ଥିଲେ । ତାଙ୍କ ୪ ପୁଅ, ୨ ଝିଅ ଓ ୨ ଜ୍ୱାଇଁ ତଥା ନାତି ନାତୁଣୀ ସମସ୍ତେ ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ଉପସ୍ଥିତ ଥିଲେ । ବଡ଼ପୁଅ କମଳେନ୍ଦୁ ସାହୁ ମୁଖାଗ୍ନି ଦେଇଥିବା ଜଣାପଡ଼ିଛି । ତାଙ୍କ ବିୟୋଗରେ ସାରା ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.