oom

ହରଭଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

jsmm

ଆଗଲପୁର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ହରଭଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପ୍ରଧାନଶିକ୍ଷକ ଦୁର୍ଯ୍ୟୋଧନ ପାଶୟତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଆଗଲପୁର ବ୍ଲକ ଚେୟାରମ୍ୟାନ ଗୀତାଞ୍ଜଳୀ ଦାଶ ମୁଖ୍ୟଅତିଥି, ଡୁଡୁକା ବିଡ଼ିଓ ମହାପାତ୍ର କୁଲଦୀପ ମହାନ୍ତି ମୁଖ୍ୟବକ୍ତା, ଆଗଲପୁର ବିଇଓ ଶ୍ୟାମ ମେହେର, ସୋନପୁର ଜେଆର୍‌ସିଓ ରବିଚନ୍ଦ୍ର ପଶାୟତ, ପ୍ରେରଣା ଖବର କାଗଜର ସମ୍ପାଦକ ରଘୁନନ୍ଦନ ସିଂ, ହରଭଙ୍ଗା ସ୍କୁଲ ପ୍ରାକ୍ତନ ପ୍ରଧାନଶିକ୍ଷକ ଅମର ସାହୁ, କମିଟି ଚେୟାରମେନ ବିପିନ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଛାତ୍ରଛାତ୍ରୀମାନେ ଭଲ ପାଠ ପଢିବା ସହ ଆବଶ୍ୟକୀୟ ଜୀବନ କୌଶଳ ଶିଖନ୍ତୁ ଓ ଭଲ ମଣିଷ ହୁଅନ୍ତୁ ବୋଲି ଅତିଥି ବୃନ୍ଦ ଉପଦେଶ ଦେଇଥିଲେ । ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ବୃନ୍ଦ ଟ୍ରଫି ଓ ସାର୍ଟିଫିକେଟ ଦେଇ ପୁରସ୍କୃତ କରିଥିଲେ । ଛାତ୍ରୀ ଶୁଭ୍ରାନ୍ତି ସାହୁଙ୍କୁ ବେଷ୍ଟ ଡିସିପ୍‌ପ୍ଲିନ୍‌ ଓ ଇତିଶ୍ରୀ ସାହୁଙ୍କୁ ଷ୍ଟୁଡେଣ୍ଟ୍ ଅଫ୍‌ ଦ ଇୟର ଭାବରେ ପୁରସ୍କୃତ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦିଲ୍ଲୀପ କୁମାର ଥାନାପତି, ରାଜକିଶୋର ମହାକୁର, ପିଙ୍କି କର୍ଣ୍ଣ, ମଣ୍ଟେଶ ସାହୁ, ଅଳକା ପଣ୍ଡା, ଧରିତ୍ରୀ ସାହୁ, ଦଶରଥ ପଟେଲ, ଦୟାନନ୍ଦ ସାହୁ, ଗୁରୁବାରି ପଧାନ, ଜ୍ୟୋତିର୍ମୟ ମିଶ୍ର, ମୁରଲୀ ପଧାନ, ସିଆର୍‌ସିସି ସଦାନନ୍ଦ ଭୁଏ, ଅନିରୁଦ୍ଧ ଭୋଇ, ବାବୁଲାଲ ସାହୁ, ନିରଞ୍ଜନ ସାହୁ ଏବଂ ସ୍କୁଲ ପରିଚାଳନା କମିଟିର ସଭ୍ୟସଭ୍ୟା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।ବିନ୍ଦ ସାହୁ ସଂଯୋଜନା କରିଥିଲେ। ଶିକ୍ଷକ ସୁଶାନ୍ତ ନନ୍ଦ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ପରିଶେଷରେ ଛାତ୍ରଛାତ୍ରୀ ମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରିଥିଲେ।

jittmm
Leave A Reply

Your email address will not be published.