oom

ସଡ଼କ ସୁରକ୍ଷା ମାସ ପାଳନ ଅବସରରରେ ବଲାଙ୍ଗିର ଟାଉନ ପୋଲିସର ସଚେତନତା କାର୍ଯ୍ୟକ୍ରମ

jsmm

ବଲାଙ୍ଗିର : ଚକ୍‌ଲେଟ୍‌ ନିଅ…. ଗୋଲାପ ଫୁଲ ବି ନିଅ…..ହେଲେ ଟ୍ରାଫିକ ନିୟମ ଟା ମାନ । ଏଭଳି କହିକି ଆଜି ବଲାଙ୍ଗିର ଟାଉନ ପୋଲିସ ସହରର କଚେରୀ ଛକ ଠାରୁ ଆରମ୍ଭ କରି ବିଭିନ୍ନ ଛକଗୁଡ଼ିକରେ ଜନସାଧାରଣଙ୍କୁ ଅଟାକାଇବା ସହ ଗୋଟିଏ ଚକଲେଟ ଓ ଗୋଲପ ଫୁଲ ଦେଇ ଟ୍ରାଫିକ ନିୟମ ବିଷୟରେ ସଚେତନ କରିଥିଲା । ସଡ଼କ ସୁରକ୍ଷା ମାସ ପାଳନ ଅବସରରରେ ଜନସାଧାରଣଙ୍କୁ ବଲାଙ୍ଗିର ଟାଉନ ପୋଲିସ ଏଭଳି ସଚେତନ କରିଥିବା ବେଳେ ଏସ୍‌ଡ଼ିପିଓ ପ୍ରଦୀପ କୁମାର ସାହୁ, ଆଇଆଇସି ଅବନୀ ସାହୁ, ଆଇଆଇସି ଅନୀତା ପଟାନୀଙ୍କ ସହ ଟାଉନ ପୋଲିସ ଟିମ୍‌ ଉପସ୍ଥିତ ରହି ଜନସାଧାରଣଙ୍କୁ ଗାଡ଼ି ଚଳାଇବା ସମୟରେ ହେଲମେଟ୍‌ ପିନ୍ଧନ୍ତୁ, ମଦ ପିଇ ଗାଡ଼ି ଚଳାନ୍ତୁ ନାହିଁ, ଗାଡ଼ି ଚଳାଇବା ସମୟରେ ମୋବାଇଲ ଫୋନ୍‌ ବ୍ୟବହାର କରନ୍ତୁ ନାହିଁ, ଗାଡ଼ିରେ ଦୁଇ ଜଣରୁ ଅଧିକ ବସନ୍ତୁ ନାହିଁ ଆଦି ବିଭିନ୍ନ ପ୍ରକାରର ଟ୍ରାଫିକ ନିୟମ ବିଷୟରେ କହି ଜନସାଧାରଣଙ୍କୁ ସଚେତନ କରିଥିଲେ ।

jittmm
Leave A Reply

Your email address will not be published.