oom

ପୋଟେସ ବିଦ୍ୟାଳୟର ବାର୍ଷିକ କ୍ରୀଡା ଅନୁଷ୍ଠିତ

jsmm

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ପୋଟେସ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ପ୍ରଦୀପ କୁମାର ମାଝୀଙ୍କ ତତ୍ତ୍ଵାବଧାନରେ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରୀଡା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଣ୍ଡିଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଚୌଧୁରୀ, ସମ୍ମାନିତ ଅତିଥି ଭାବେ ପ୍ରଧାନଶିକ୍ଷକ ସୁରେନ୍ଦ୍ର ନାଏକ, ଶିକ୍ଷକ ନକୁଳ ଶବର, ସାମ୍ୱାଦିକ ଶରତ ଚନ୍ଦ୍ର ସୁନାନୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁଶାନ୍ତ ବାଗ ପ୍ରମୁଖ ମଞ୍ଚରେ ମଞ୍ଚାସୀନ ହୋଇଥିଲେ । ଛାତ୍ରଛାତ୍ରୀ ମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ କ୍ରୀଡାର ଆବଶ୍ୟକତାକୁ ଅତିଥୀ ମାନେ ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ନିଜ ଉଦ୍ୟମରେ ପ୍ରାଥମିକ ବିଦ୍ୟାଳୟ ସ୍ତରରେ କ୍ରୀଡା ଉତ୍ସବ ଅୟୋଜନ କରିଥିବାରୁ ପୋଟେସ ପ୍ରଧାନଶିକ୍ଷକ, ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରଶଂସା କରିଥିଲେ । କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥୀ ମାନଙ୍କ ଦ୍ୱାରା ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ଶିକ୍ଷକ ସୌମ୍ୟରଞ୍ଜନ ରାଉତ ମଞ୍ଚ ପରିଚାଳନା କରିଥିବା ବେଳେ ଗୁମାବାହାଲ ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସମୀର କୁମାର ମେହେର, ବରଦୋଲି ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସୂର୍ଯ୍ୟକାନ୍ତ ବେହେରା, ପୋଟେସ ବିଦ୍ୟାଳୟର ଶିକ୍ଷୟିତ୍ରୀ ମଲ୍ଲିକା ନାଏକଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟି, ଅବିଭାବକ, ଅବିଭାବିକା ଉପସ୍ଥିତ ରହି କ୍ରୀଡା ଉତ୍ସବ ପରିଚାଳନାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.