p purohi

ବିବାହ ଦିନରେ ନିଆରା କାର୍ଯ୍ୟକ୍ରମ

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଚିମିନିଭାଟି ସ୍ଥିତ ସୁବ୍ରତ ଖଣ୍ଡୁଆଲ ବିବାହ ଦିନ ବୃକ୍ଷରୋପଣ ଓ ରକ୍ତଦାନ ଭଳି ନିଆରା କାର୍ଯ୍ୟକ୍ରମ କରି ନୂଆଁ ଜୀବନର ଶୁଭାରମ୍ଭ କରିଛନ୍ତି । ଯାହ ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି । ଶ୍ରୀ ଖଣ୍ଡୁଆଲ ବିବାହ ପୂର୍ବରୁ ବୃକ୍ଷରୋପଣ କରିଥିଲେ ଏବଂ ବିବାହ ସମ୍ପାଦନ କଲାପରେ ବର ବେଶରେ ନବବଧୂ ଶ୍ୱେତପର୍ଣ୍ଣାଙ୍କ ସହିତ ବଲାଙ୍ଗିର ରକ୍ତଭଣ୍ଡାରକୁ ଆସି ରକ୍ତଦାନ କରିଥିଲେ । ଯାହା ସାମଜିକ ଗଣ ମାଧ୍ୟମରେ ପ୍ରକାଶିତ ହେଲା ପରେ ସହରରେ ଚର୍ଚ୍ଚା ହେବାସହ ଅନେକ ନବବଧୂଙ୍କୁ ଅଭିନନ୍ଦନ ଓ ସାଧୁବାଦ ଜଣାଇଛନ୍ତି । ଏଠାରେ ପ୍ରକାଶ ଥାଉ କି, ଶ୍ରୀ ଖଣ୍ଡୁଆଲ ପ୍ରଥମ ବ୍ୟକ୍ତି ଭାବେ ବଲାଙ୍ଗିର ଭୀମ ଭୋଇ କଲେଜକୁ ନିଜ ମର ଶରୀର ଦାନ କରି ବେଶ ନାଁ ସାଉଁଟି ଥିଲେ । କରୋନା ସମୟରେ ମଧ୍ୟ ସେ ସଚେତନତା କାର୍ୟ୍ୟକ୍ରମ, ମାକ୍ସ ବଣ୍ଟନ, ସାବୁନ ବଣ୍ଟନ ତଥା ବିଭିନ୍ନ ସାମାଜିକ କାର୍ୟ୍ୟରେ ସାମିଲ ଥିଲେ । ଆଜିର ରକ୍ତଦାନ ସମୟରେ ଭାଇ ସୁୁପ୍ରିୟ ଖଣ୍ଡୁଆଲ, ନାନୀ ସ୍ମୃତି ଖଣ୍ଡୁଆଲ, ଜ୍ୱାଇଁ ହରିଶ ଚୈାହାନ, ମଉସା ସତିଶ କୁମାର, ସମାଜସେବୀ ରୁପକ ବରାଳ, ଜୁନିୟର ରେଡକ୍ରସ କାଉନସିଲର ଡେଙ୍ଗ ସ୍କୁଲର ରାମ ନାରାୟଣ ଦାଶ, ମାୟାବର୍ହା ସ୍କୁଲର କାଉନସିଲର ରବିଚନ୍ଦ୍ର ପଶାୟତ, ଶିକ୍ଷକ ବସନ୍ତ କୁମାର ହୋତା, ରକ୍ତଭଣ୍ଡାର ବିଭିନ୍ନ କର୍ମଚାରୀବୃନ୍ଦ ତଥା ପରିବାରଗଣ ଉପସ୍ଥିତ ଥାଇ ନବଦମ୍ପତିଙ୍କୁ ମହତ କାର୍ଯ୍ୟପାଇଁ ଉତ୍ସାହିତ କରିଥିଲେ ।

nrusinghnath
Leave A Reply

Your email address will not be published.