- ଭାକୁପିଆ ସେମିଫାଇନାଲକୁ ପ୍ରବେଶ
ମ. ରାମପୁର (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଅଲାତରା ପଞ୍ଚସଖା ଖେଳ ପଡ଼ିଆଠାରେ ଚାଲିଥିବା ମାଁ ସୁନାମୁଖୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗୁରୁବାର ତୃତୀୟ ଦିନରେ ୩ଟି ମ୍ୟାଚ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଅତିଥିଭାବେ ନବୀନ ସାହୁ, ଖୁସିରାମ ସାହୁ ଓ ଟୁନା ବଗର୍ତ୍ତୀ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଥମ ମ୍ୟାଚ୍ରେ ତେରେସିଙ୍ଗା ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୧୦ ଓଭରରେ ୯୩ ରନ୍ କରିଥିବା ବେଳେ ଗୋଛାଡେଙ୍ଗେନ ଦଳ ୮୦ ରନ କରିଥିଲେ । ଫଳରେ ତେରେସିଙ୍ଗା ଦଳ ବିଜୟୀ ହୋଇଥିଲା । ଦ୍ୱିତୀୟ ମ୍ୟାଚ୍ ନୁନପୁର ଦଳ ପ୍ରଥମେ ବ୍ୟାଟିଙ୍ଗ କରି ୧୧୬ ରନ କରିଥିବା ବେଲେ ଭାକୁପିଆ ଦଳ ୯ ଓଭର ୪ ୱିକେଟ ଥାଇ ୧୧୭ ରନ କରି ବିଜୟୀ ହୋଇଥିଲା । ତୃତୀୟ ମ୍ୟାଚରେ ଉଭୟ ବିଜୟୀ ଦଳ ମଧ୍ୟରୁ ତେରେସିଙ୍ଗା ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୧୦ ଓଭରରେ ୮ ୱିକେଟ ବିନିମୟରେ ୯୦ ରନ କରିଥିଲେ । ଭାକୁପିଆ ୭ ଓଭରରେ ସମସ୍ତ କରି ଦଳ ବିଜୟ ଲାଭ କରି ସେମିଫାଇନାଲକୁ ପ୍ରବେଶ କରିଛି । ଏହି ମ୍ୟାଚରେ ସ୍କୋରବୋର୍ଡରେ ସଞ୍ଜୀବ ଷାଣ୍ଢ ଓ ରିତିକ ବିଶି, ଧାର ବିବରଣୀରେ ବିପିନ ଷାଣ୍ଢ ଓ ସୁଶାନ୍ତ ବଗର୍ତ୍ତୀ ଏବଂ ଖେଳ ପରିଚାଳନାରେ ନରେଶ ଦଣ୍ଡିଆ, କର୍ଣ୍ଣ ସୁନା, ସୁଜିତ ସାହୁ କରିଥିବା ବେଳେ ପ୍ରବୀର କୁମାର ସାହୁ, ଅଜୟ ପଧାନ, ଲୁକେଶ ବାଗ ସମେତ କ୍ଲବର ସମସ୍ତ ସଦସ୍ୟ ସାହାର୍ଯ୍ୟ ସହଯୋଗ କରିଥିଲେ ।