ଦୋକାନ ବସିଲା ନାହିଁ, ଭକ୍ତ ଆସିଲେ ନାହିଁ : ମିର୍ଦ୍ଧାପାଲି ଶୁଲିଆ ଖଳାରେ ପଡିଲା ବଳି

ଚନ୍ଦନଭାଟୀ, (ରାଜେଶ ଦଣ୍ଡସେନା) : ବଲାଙ୍ଗୀର ସହରରୁ ଚନ୍ଦନଭାଟୀ ରାସ୍ତାରେ ପାଞ୍ଚ କିମି ଗଲେ ମିର୍ଦ୍ଧାପାଲି ଶୁଲିଆ ଖଳା ପଡେ । ପ୍ରତିବର୍ଷ ଶହ ଶହ ମାତ୍ରାରେ ପୋଢ, ଛେଲି ଏବଂ କୁକୁଡା ହଜାର ସଂଖ୍ୟାରେ ବଳିପଡିଥି ବେଳେ ହଜାର ହଜାର ଭକ୍ତମାନଙ୍କର ଗହଳି ମଧ୍ୟ ଦେଖିବାକୁ ମିଲିଥାଏ । କିନ୍ତୁ ଏବର୍ଷ କରୋନା କଟକଣା ପାଇଁ ଦୋକାନ ବଜାର ଆସିଲା ନାହିଁ କି ଭକ୍ତ ମଧ୍ୟ ଆସିଲେ ନାହିଁ । ବହୁତ କମ୍‌ ଭକ୍ତ ଯୋଗ ଦେଇଥିଲେ ଆଜିର ଏହି ପ୍ରସିଦ୍ଧ ଶୁଲିଆ ଯାତ୍ରା ମିର୍ଦ୍ଧାପାଲି ଗ୍ରାମର ଶୁଲିଆ ଖଳାରେ ଖାଁ ଖାଁ ଲାଗୁଥିଲା ଯାତ୍ରା । ପରିବେଶ କେବଳ ପୂଜା କମିଟି ପୋଲିସ ପ୍ରଶାସନ ପାଇଁ ଲାଗୁଥିଲା କିଛିଟା ଗହଲି । ତେବେ ଯେଉଁବାଟ ଦେଇ ଯିବା ଆସିବା କଷ୍ଟକର ହୋଇପଡୁଥିଲା ଆଜି ଶୁଲିଆ ଖଳା ପର୍ଯ୍ୟନ୍ତ ଖାଲି ଖାଲି ଲାଗୁଥିଲା ।

Leave A Reply

Your email address will not be published.