ମୋଦୀଙ୍କ ଦୀର୍ଘାୟୁ କାମନା କରି ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ସମୂହ ଦୀପଦାନ

ପୁରୀ : ଓଡିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ୯୧ ପ୍ରତିଶତ ହୋଇଥିବାରୁ ଓଡିଶା ବାସୀଙ୍କୁ ଧନ୍ୟବାଦ ଦେଇ ପୁରୀ ଜିଲ୍ଲା ବିଜେପି ପକ୍ଷରୁ ଶ୍ରୀ ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଦୀପଦାନ କରାଯାଇଛି । ରାଜ୍ୟ ତଥା ପୁରୀ ପ୍ରତି ପ୍ରଧାନମନ୍ତ୍ରୀ ଯଥେଷ୍ଟ ପ୍ରାଧାନ୍ୟ ଦେଉଛନ୍ତି । କୋଭିଡ ପରିଚାଳନା ଓ ବିଶ୍ୱର ସର୍ବବୃହତ କୋଭିଡ ଟିକାକରଣ ସହ ଅନେକ ଯୁଗାନ୍ତକାରୀ ଓ ଐତିହାସିକ ପଦକ୍ଷେପ ନେଇଥିବାରୁ ତାଙ୍କ ଦୀର୍ଘାୟୁ କାମନା କରି ଏହି ଦୀପଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଧାୟକ ଜୟନ୍ତ କୁମାର ଶଡଙ୍ଗୀ, ରାଜ୍ୟ କାର୍ଯ୍ୟ କାରୀଣୀ ସଦସ୍ୟ ପ୍ରଭଞ୍ଜନ ମହାପାତ୍ର, ସିଂହଦ୍ୱାର ମଣ୍ଡଳ ସଭାପତି ରବି ନାରାୟଣ ଦାସ, ସରଧା ବାଲି ମଣ୍ଡଳ ସଭାପତି ସଞ୍ଜୀବ ମୁଖାର୍ଜୀ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ଜ୍‌ୟୋତି ମହାପାତ୍ର, ଉମାକାନ୍ତ ନାୟକ, ଯୁବମୋର୍ଚ୍ଚା ସଭାପତି ଜୟନ୍ତ କୁମାର ଦାଶଙ୍କ ସମେତ ଅନ୍ୟ କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.