oom

ଯୁବା ଦିବସରେ ଗାୟତ୍ରୀ ପରିବାରର ରକ୍ତଦାନ ଶିବିର

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଅର୍ଯ୍ୟ ସମାଜ ମନ୍ଦିରରେ ଦିନ ୧୧ଟା ସମୟରେ ଗାୟତ୍ରୀ ପରିବାର ଦ୍ୱାରା ଅନ୍ତଃରାଷ୍ଟ୍ରୀୟ ଯୁବା ଦିବସ ଶୁଭ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ପବିତ୍ର ବେହେରା ଦୀପ ପ୍ରଜ୍ୱଳନ କରି ଶିବିରକୁ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ପୂର୍ବତନ ସ୍ଵାସ୍ଥ୍ୟ ଅଧିକାରୀ ଜଗନ୍ନାଥ ପଣ୍ଡା ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥଲେ । ବଲାଙ୍ଗିର ବ୍ଲଡ଼ ବ୍ୟାଙ୍କ ଅଧିକାରୀ ଡ଼ାକ୍ତର ଆରତୀ ପଣ୍ଡା ଉପସ୍ଥିତ ରହିବା ସହିତ କାର୍ଯ୍ୟକ୍ରମର ତତ୍ତ୍ୱାବଧାନ କରିଥଲେ । ଏହି ଶିବିରରେ ୨୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ନିଜେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ସମାଜକୁ ରକ୍ତଦାନର ବାର୍ତ୍ତା ଦେଇ ଉଦାହରଣ ସୃଷ୍ଟି କରିଥଲେ । ଏଥିରେ ପବିତ୍ର ବେହେରା, ଯୋଗେଶ ଝା, ସୁଶୀଳା ବିଶ୍ଵାଳ, ଶାନ୍ତନୁ ପାତ୍ର, ରିନା ସହୁ, ତ୍ରିଲୋଚନ ମେହେର, ରମାନନ୍ଦ ଥନାପତି, ସ୍ୱରଜିତ ଶତପଥୀ, କଲାକାହୁଁ, କେଶବ ସୁନା, ସଞ୍ଜୁ ସୁନା, ମନିସ ଝା, ରାକେଶ ପାଣିଗ୍ରାହୀ, ମଧୁଛନ୍ଦା ପାଲ, ସରୋଜ ଡୋର, ସୁରସ୍ମିତା ପାଣିଗ୍ରାହୀ, ଉମାକାନ୍ତ ବାଗ, ଶ୍ରୀତମ ଗଡତିଆ, ବସନ୍ତ ବେହେରା ରକ୍ତଦାନ କରିଥଲେ । ବଲାଙ୍ଗିର ବ୍ଲଡ଼ ବ୍ୟାଙ୍କ୍ କର୍ମଚାରୀ ଡ଼ାକ୍ତର ସୁମିତ ମୁଣ୍ଡ, ସ୍ୱାଗତିକା ରାଉଳ, ଅକ୍ଷୟ ବାଗ, ସମିତା ମେହେର, ଗଙ୍ଗାଧର ପଧାନ, ସଂଗ୍ରାମ କେଶରୀ ରଣା ଓ ପୁନମ ବର୍ମା ରକ୍ତ ସଂଗ୍ରହ କରିଥଲେ । ଯୁଗଳ କିଶୋର ଝା, କାଳୀ ପ୍ରସାଦ ମିଶ୍ର, ସୁରେଶ ଷଡ଼ଙ୍ଗୀ, ଭାଗ୍ୟବାନ ସାହୁ, ସୁବାସ ରାଉତ, ଅମ୍ରିଶ ତ୍ରିପାଠୀ, ମୋକ୍ଷାଦା ଶର୍ମା, ବୀଣାପାଣି ଆଚାର୍ଯ୍ୟ, ଗୋପବନ୍ଧୁ ଶତପଥୀ, କୁସୁମ ଶତପଥୀ, କଂବୁ ପାଣି ଆଚାର୍ଯ୍ୟ, ବବିତା ଅଗ୍ରୱାଲ, ସ୍ମିତା ମହାରଣା, ସଂଯୁକ୍ତା ମିଶ୍ର, ଅସ୍ମାନ ସାହୁ, କ୍ଷୁଦ୍ରମଣି ନାୟକ ଶାନ୍ତନୁ ପାତ୍ର ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମକୁ ସଫଳିକୃତ କରିବା ସହ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.