ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତକାଲି ସ୍ଥାନୀୟ ରାଜୀବ ଟାଉନ୍ ହଲରେ ଦୁବାଇ ପ୍ରବାସୀ ପ୍ରଶାନ୍ତ କୁମାର ମେହେରଙ୍କ ଆବାହକତ୍ୱ ତଥା କେଶରଞ୍ଜନ ପ୍ରଧାନ ଓ ଅଶୋକ କୁମାର ବହିଦାରଙ୍କ ସଂଯୋଜନାରେ ତୃତୀୟ “ଆମର ସାହିତ୍ୟ ଉତ୍ସବ୍” ଏକ ବର୍ଣ୍ଣାଢ଼୍ୟ ପରିବେଶ ଭିତରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ପଦ୍ମପୁରର ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟଅତିଥି, ବ୍ୟଙ୍ଗ କବି ମନୋରଂଜନ ସାହୁ, ବ୍ୟଙ୍ଗ କବି ଅଚ୍ୟୁତ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମାଁ ସମଲେଶ୍ଵରୀଙ୍କ ପ୍ରତିକୃତିରେ ପୂଜାର୍ଚ୍ଚନା କରି ଦୀପ ପ୍ରଜ୍ଜ୍ୱଳନ ସହିତ ଉତ୍ସବର ଉଦ୍ଘାଟନ କରିଥିଲେ । ଏହି ଅବସରରେ ନାଟ୍ୟବିତ ଜଗଦାନନ୍ଦ ଛୁରିଆ, ପଶୁକବି ସୁଶିଲ ମିଶ୍ର, ନାରୀ ନାଟ୍ୟକାର ଓଜସ୍ୱିନୀ ମହାନ, କବି ହେମନ୍ତ ଦୀପ, ଲୋକ ବାଦ୍ୟକାର ସଂସାରୁ ମହାନନ୍ଦ ଓ ଯୁବ କବି ଚିତ୍ତରଞ୍ଜନ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ “ଆମର ସାହିତ୍ୟ ଉପରେ ଡିଜିଟାଇଜେସନର ପ୍ରଭାବ୍” ବିଷୟରେ ଉତ୍ପନ୍ନ ଭୋଇ, ଡ଼ଃ ରଜତ କୁମାର ପାଣିଗ୍ରାହୀ, ରାଜେନ୍ଦ୍ର କୁମାର ମହାନ୍ତି ଆଲୋଚକ ଭାବେ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ବରଗଡ଼ ସାଂସଦ ପ୍ରଦୀପ କୁମାର ପୁରୋହିତ ପୌରହିତ୍ୟ କରିଥିଲେ । ପରମେଶ୍ୱର ବିଶି ଓ ଟ୍ୱିଙ୍କିଲ୍ ପ୍ରଧାନଙ୍କ ସଂଯୋଜନାରେ ପ୍ରାୟ ୩୦ ଜଣ କବି ସ୍ୱରଚିତ କବିତା ପାଠ କରିଥଲେ । ଶେଷ ପର୍ଯ୍ୟାୟରେ ଏକ ଟଙ୍କିକିଆ ସଙ୍ଗୀତ ଅନୁଷ୍ଠାନ ଦ୍ଵାରା ସମ୍ବଲପୁରୀ ନୃତ୍ୟ ଓ ଲୁ” ନାଟ୍ୟାନୁଷ୍ଠାନର ନାଟକ ଗାନ୍ଧୀଛକ ପରିବେଷଣ କରାଯାଇଥିଲା । ଶାଶ୍ଵତ କୁମାର ତ୍ରିପାଠୀଙ୍କ ଆମ ଅଞ୍ଚଳର ଲୋକନୃତ୍ୟ ଓ ଲୋକଗୀତ, ଆମର ସାହିତ୍ୟ ପ୍ରକାଶନୀର ପଏର୍ଛା ସତୀ, ବ୍ରଜମୋହନ ମେହେରଙ୍କ ମାଟିର ସୋର୍ ପୁସ୍ତକ ଓ ପତ୍ରିକା କୁରେ ପତର୍କୁ ଲୋକାର୍ପିତ କରାଯାଇଥିଲା । ଏହି ପର୍ଯ୍ୟାୟରେ ବିଶିଷ୍ଟ ସଂସ୍କୃତି ଗବେଷକ ଡଃ ପୁରୁଷୋତ୍ତମ ମୁଣ୍ଡ ଆମ ସଂସ୍କୃତିର ସ୍ଥିତି ଓ ଗତି ଉପରେ ଆଲୋଚନା କରିଥିଲେ । ଶେଷରେ ଶେଷଦେବ ମେହେର ଧନ୍ୟବାଦ୍ ଅର୍ପଣ କରିଥଲେ । ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନାରେ ଟେନେସ୍ କୁମାର ପଣ୍ଡା, ସୁରେନ୍ଦ୍ର କୁମାର ସାହୁ, ରମେଶ ଗୁମ୍ଫା, ଆଶିଷ କୁମାର ବୈକାର, ରମେଶ ଗୁର୍ଲା ପ୍ରମୁଖ ସହଯୋଗ କରିଥଲେ ।