ସି-ଡ୍ୟାକ୍ ଦ୍ୱାରା ଡିଜାଇନ କରାଯାଇଥିବା ଉତ୍ପାଦ ଏରିଜ୍ ଇକୋ ଏବଂ ଏରିଜ୍ ନୋଭା ଡେଭଲପମେଣ୍ଟ ବୋର୍ଡ ଏବଂ ସ୍ୱଦେଶୀ ୬୪-ବିଟ ଏସ୍ସିଓ ତେଜସ୬୪ର ଉନ୍ମୋଚନ କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
● ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ କମ୍ପ୍ୟୁଟିଂ ଏବଂ ପ୍ରଯୁକ୍ତିବିଦ୍ୟାର ବିକାଶ ପ୍ରମୁଖ ଆଧାର : ଅଶ୍ୱିନୀ ବୈଷ୍ଣବ
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ରେଳ, ସୂଚନା ଏବଂ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁଣେର ସି-ଡ୍ୟାକ୍ କ୍ୟାମ୍ପସରେ ସି-ଡ୍ୟାକ୍ ଦ୍ୱାରା ଡିଜାଇନ ଏବଂ ବିକଶିତ ହୋଇଥିବା ଗୋଟିଏ ଭିଇଜିଏ ଆଧାରିତ ଏସ.ଓ.ସି ଏ.ଏସ୍.ଆଇ.ସି. ଏବଂ ଦୁଇଟି ଡି.ଆଇ.ଆର୍. ଭି.ଭି.ଇ.ଜି.ଏ. ପ୍ରୋସେସର ଆଧାରିତ ଡେଭଲପମେଣ୍ଟ ବୋର୍ଡର ଶୁଭାରମ୍ଭ କରିଛନ୍ତି । ଏରିଜ୍ ଇକୋ ଏବଂ ଏରିଜ୍ ନୋଭା ବିକାଶ ବୋର୍ଡ ଏବଂ ସ୍ୱଦେଶୀ ୬୪-ବିଟ ଏସ୍ସି ତେଜସ୬୪କୁ ଉନ୍ମୋଚନ କରାଯାଇଛି । ଏରିଜ୍ ଇକୋ ଛାତ୍ରଛାତ୍ରୀମାନଙ୍କ ପାଇଁ ଉପଯୋଗୀ, ଯାହା ସେନ୍ସର୍ ଫ୍ୟୁଜନ୍, ସ୍ମାର୍ଟ ମିଟର ଏବଂ ପରିଧାନଯୋଗ୍ୟ ଉପକରଣ ଭଳି ପ୍ରୟୋଗଗୁଡ଼ିକ ସହିତ ପରୀକ୍ଷା କରିବା ପାଇଁ ଏକ ହ୍ୟାଣ୍ଡ୍-ଅନ୍ ପ୍ଲାଟଫର୍ମ ପ୍ରଦାନ କରିଥାଏ । ଏରିଜ୍ ନୋଭା ଶିକ୍ଷା, ଗବେଷଣା ଏବଂ ବିକାଶ ପାଇଁ ଦ୍ରୁତ ଗତିରେ ବିକଶିତ ହେଉଥିବା ସମନ୍ୱିତ ବ୍ୟବସ୍ଥା କ୍ଷେତ୍ରରେ ଏକ ସହଜରେ ଉପଲବ୍ଧ ପ୍ଲାଟଫର୍ମ ପ୍ରଦାନ କରିଥାଏ । ତେଜସ୍ ୬୪ ହେଉଛି ପ୍ରଥମ ସମ୍ପୂର୍ଣ୍ଣ ସ୍ୱଦେଶୀ ୬୪-ବିଟ୍ ଭିଇଜିଏ ଆଧାରିତ ସିଷ୍ଟମ୍-ଅନ୍-ଚିପ୍ (ଏସ୍ଓସି) ଯାହା ଶକ୍ତିଶାଳୀ ଏବଂ ସୁରକ୍ଷିତ ଏମ୍ବେଡେଡ୍ ଆପ୍ଲିକେସନ୍ ପାଇଁ ଡିଜାଇନ୍ ହୋଇଛି । ଭାରତ ସରକାରଙ୍କ ଡିଜିଟାଲ୍ ଇଣ୍ଡିଆ ଆର୍.ଆଇ.ଏସ୍.ସି.-ଭି. (ଡି.ଆଇ.ଆର୍.-ଭି.) କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ, ସି-ଡାକ୍ ସଫଳତାର ସହ ମାଇକ୍ରୋ ପ୍ରୋସେସର ଗୁଡ଼ିକର ଭିଇଜିଏ ଶୃଙ୍ଖଳାର ଡିଜାଇନ୍ ଏବଂ ବିକାଶକୁ ସମ୍ପୂର୍ଣ୍ଣ କରିଛି, ଯେଉଁଥିରେ ଭାରତର ପ୍ରଥମ ସ୍ୱଦେଶୀ ୬୪-ବିଟ୍ ମଲ୍ଟି-କୋର୍ ଆର୍.ଆଇ.ଏସ୍.ସି.-ଭି. ଆଧାରିତ ସୁପରସ୍କେଲାର୍ ଆଉଟ-ଅଫ୍-ଅର୍ଡର ପ୍ରୋସେସର ସାମିଲ ରହିଛି । ଭିଇଜିଏ ଶୃଙ୍ଖଳାରେ ଆର୍.ଆଇ.ଏସ୍.ସି.-ଭି. ଇନଷ୍ଟ୍ରକ୍ସନ୍ ସେଟ୍ ଆର୍କିଟେକଚର୍ ଉପରେ ଆଧାରିତ ୩୨/୬୪-ବିଟ ସିଙ୍ଗଲ୍/ଡୁଆଲ୍/କ୍ୱାଡ୍ କୋର୍ ସୁପରସ୍କେଲାର୍ ଆଉଟ-ଅଫ୍-ଅର୍ଡର ହାଇ ପରଫର୍ମାନ୍ସ ପ୍ରୋସେସର କୋର ରହିଛି । ଓପନ ସୋର୍ସ ଆର୍.ଆଇ.ଏସ୍.ସି.-ଭି. ଢାଞ୍ଚା ନମନୀୟତା ଏବଂ ନବସୃଜନକୁ ସକ୍ଷମ କରିଥାଏ ଏବଂ ଅନ୍ତର୍ନିର୍ମିତ ପ୍ରଣାଳୀରେ ଶିକ୍ଷଣ ଏବଂ ବିକାଶକୁ ପ୍ରୋତ୍ସାହିତ କରିଥାଏ । କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ସି-ଡ୍ୟାକ୍ ଦ୍ୱାରା ଆୟୋଜିତ ଏକ ପ୍ରଦର୍ଶନୀ ପରିଦର୍ଶନ କରିଥିଲେ ଏବଂ ଏହା ପରେ ସି-ଡ୍ୟାକ୍ ବୈଜ୍ଞାନିକ ଓ ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକ ହୋଇଥିଲା । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ ୨୦୪୭ ମସିହା ସୁଦ୍ଧା ଭାରତକୁ ଏକ ବିକଶିତ ଦେଶ ହେବା ଲାଗି କମ୍ପ୍ୟୁଟିଂ ଏବଂ ପ୍ରଯୁକ୍ତିବିଦ୍ୟା ବିକାଶ ହେଉଛି ଏକ ପ୍ରମୁଖ ଆଧାର ଏବଂ ଏଥିରେ ସି-ଡ୍ୟାକ୍ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଶ୍ରୀ ବୈଷ୍ଣବ କହିଥିଲେ ଯେ ଆଇଆଇଟି ମାଡ୍ରାସ, ଆଇଆଇଏସସି ବେଙ୍ଗାଲୁରୁ, ଆଇଆଇଟି ଗାନ୍ଧୀନଗର ଭଳି ଶିକ୍ଷାନୁଷ୍ଠାନଗୁଡ଼ିକରେ ସେମି-କଣ୍ଡକ୍ଟର ଏବଂ କମ୍ପ୍ୟୁଟିଂ କ୍ଷେତ୍ରରେ ଅନେକ ଗବେଷଣା କାର୍ଯ୍ୟ କରାଯାଉଛି । ଆଗକୁ ବଢ଼ିବା ପାଇଁ ଏକ ସମନ୍ୱିତ ଉପାୟ ସୃଷ୍ଟି କରିବା ପାଇଁ ସମସ୍ତ ଗବେଷଣା କାର୍ଯ୍ୟକୁ କିପରି ଏକାଠି କରାଯିବ ସେ ନେଇ ସମୀକ୍ଷା ବୈଠକରେ ଆଲୋଚନା କରାଯାଇଥିଲା । ଶ୍ରୀ ବୈଷ୍ଣବ କହିଥିଲେ ଯେ ଆଜି ସାରା ଦେଶରେ ପାଖାପାଖି ୨୪୦ଟି ଅନୁଷ୍ଠାନ ପାଖରେ ଅତି ଉନ୍ନତ ଉପକରଣ ରହିଛି, ଯାହାକୁ ସେମି କଣ୍ଡକ୍ଟର ଚିପ୍ ଡିଜାଇନ କରିବାରେ ଉପଯୋଗ କରାଯାଇଥାଏ । ସି-ଡ୍ୟାକ ଏହି ଗବେଷଣା ଉପକରଣଗୁଡ଼ିକର ତଦାରଖ, ସେଗୁଡ଼ିକୁ ସକ୍ଷମ କରିବା ଏବଂ ଲାଇସେନ୍ସ କ୍ରୟ କରି ଏହି ସମଗ୍ର କାର୍ଯ୍ୟକ୍ରମର ଆଧାର ଭାବରେ କାର୍ଯ୍ୟ କରେ । ଫଳସ୍ୱରୂପ, ଗବେଷଣା କାର୍ଯ୍ୟକ୍ରମ ସହିତ ଜଡିତ ଛାତ୍ରମାନେ, ଯେଉଁମାନେ ପୂର୍ବରୁ କେବଳ ପାଠ୍ୟପୁସ୍ତକରୁ ସେମି-କଣ୍ଡକ୍ଟର ବିଷୟରେ ଶିଖୁଥିଲେ, ବର୍ତ୍ତମାନ ଉନ୍ନତ ଉପକରଣଗୁଡ଼ିକୁ ପାଇପାରୁଛନ୍ତି । ଏହାଦ୍ୱାରା ସେମାନଙ୍କର ଚିନ୍ତାଧାରାକୁ ନେଇ ପ୍ରୟୋଗ କରୁଛନ୍ତି ଏବଂ ଉତ୍ପାଦ ଧାରଣା ବିକଶିତ କରୁଛନ୍ତି । ଶ୍ରୀ ବୈଷ୍ଣବ ଆହୁରି କହିଥିଲେ ଯେ ସେମି କଣ୍ଡକ୍ଟର ଡିଜାଇନ୍ ଉପକରଣ ସହିତ କାର୍ଯ୍ୟ କରୁଥିବା ଏହି ଛାତ୍ରଛାତ୍ରୀମାନେ ସେମି କଣ୍ଡକ୍ଟର ଉଦ୍ୟୋଗରେ ସାମିଲ ହେବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଷ୍ଟାର୍ଟଅପ୍ ଏବଂ ବାସ୍ତବରେ କମ୍ପ୍ୟୁଟର ଚିପ୍ ଡିଜାଇନ୍ କରିବାର କ୍ଷମତା ବିକଶିତ କରିବା ପାଇଁ ଆଭ୍ୟନ୍ତରୀଣ ଶକ୍ତି ମଧ୍ୟ ସଂଗ୍ରହ କରୁଛନ୍ତି । କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଶ୍ରୀ ବୈଷ୍ଣବ ଏହା ମଧ୍ୟ କହିଛନ୍ତି ଯେ ସେମି-କଣ୍ଡକ୍ଟର ଡିଜାଇନ୍ ଉପକରଣ ବ୍ୟବହାର କରିବା ଶିଖିଥିବା ଛାତ୍ରମାନଙ୍କ ମଧ୍ୟରେ ସି-ଡ୍ୟାକ୍ ଏକ ଚ୍ୟାଲେଞ୍ଜ ପ୍ରତିଯୋଗିତା ଆୟୋଜନ କରିବ, ଯାହା ପରେ ସେମାନଙ୍କୁ ଶିଳ୍ପ କ୍ଷେତ୍ରରେ ସର୍ବୋତ୍ତମ ସୁଯୋଗ ଦେବ । ସି-ଡ୍ୟାକ ଏହି ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ସାର୍ଟିଫିକେଟ୍ ପାଠ୍ୟକ୍ରମ ମଧ୍ୟ ଆରମ୍ଭ କରିବ । ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ସଚିବ ଏସ୍. କ୍ରିଷ୍ଣନ, ମନ୍ତ୍ରଣାଳୟର ଗ୍ରୁପ୍ ସଂଯୋଜକ (ଗବେଷଣା ଏବଂ ବିକାଶ), ଶ୍ରୀମତୀ ସୁନୀତା ବର୍ମା, ସି-ଡ୍ୟାକର ମହାନିର୍ଦ୍ଦେଶକ ଇ. ମଗେଶ ଏବଂ ସି-ଡ୍ୟାକ ପୁଣେର କେନ୍ଦ୍ର ମୁଖ୍ୟ ସଞ୍ଜୟ ୱାନ୍ଧେକର ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ସି-ଡ୍ୟାକ୍ ହେଉଛି ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ପ୍ରମୁଖ ଗବେଷଣା ଓ ବିକାଶ ସଙ୍ଗଠନ, ଯାହା ଆଇ.ଟି., ଇଲେକ୍ଟ୍ରୋନିକ୍ସ ଏବଂ ଆନୁସଙ୍ଗିକ କ୍ଷେତ୍ରରେ ଗବେଷଣା ଓ ବିକାଶ କାର୍ଯ୍ୟ ସମ୍ପାଦନ କରିଥାଏ ।